୧୯ରେ ଲୁଚିଯିବେ କି ବିଜୟ,ବୈଜୟନ୍ତ, ଦାମ ଓ ଦିଲ୍ଲୀପ …

୨୦୧୯ ନିର୍ବାଚନ ପାଖେଇ ଆସୁଛି । ସବୁଠି ନିର୍ବାଚୀର ମାହୋଲ । ଦଳଡ଼ିଆଁ ସାଙ୍ଗକୁ ଚାଲିଛି ମିଶ୍ରଣ ପର୍ବ । ତାହା ସହ ପୁଣି ପ୍ରାର୍ଥୀ ଚୟନ ପ୍ରକ୍ରୀୟା । ହେଲେ ଏଯାଏ ୧୯୯୦ ମସିହାର ଏହି ଚର୍ଚ୍ଚିତ ନେତାମାନେ ତାଙ୍କର ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ଯାହାଏବେ ଚାରିଆଡ଼େ ଚର୍ଚ୍ଚା । ଲୋକେ କୁହାକୁହି ହେଲେଣୀ ନବୀନଙ୍କ ଲୋକପ୍ରିୟତା ଆଗରେ ଲୁଚି ଗଲେଣି ଏହି ତୁଙ୍ଗ ନେତାମାନେ ।

କାରଣ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ, ନିଜ ସ୍ୱାର୍ଥକୁ ଆଗେ ଦେଖିଥିବା ଏହି ନେତାମାନେ କାଳେ ଏବେ ରାଜନୀତିରେ ଆଲୋଡ଼ା ହୋଇଗଲେଣୀ ବୋଲି ବିଜେଡ଼ି ନେତାଏ କହିଛନ୍ତି । ତେଣୁ ତାଙ୍କ ବିଷୟରେ କୌଣସି ପ୍ରଶ୍ନ ପଚାରିଲେ ବିଜେଡ଼ି ମୁଖପାତ୍ରମାନେ ଏହାକୁ ହାଲକା ଭାବେ ନେଉଛନ୍ତି ।

ସେହିପରି ଏହି ହେବିୱେଟ ନେତାଏ ଆଜି ଯାଏ ତାଙ୍କର ରାଜନୈତିକ କାଡ଼ ୨୦୧୯ ପାଇଁ କଣ ହେବ ତାହା ମଧ୍ୟ ସ୍ପଷ୍ଟ କରିନାହାନ୍ତି । ଏହି ନେତ।।ନଭ୍କୁ ନେଇ ଚର୍ଚ୍ଚା ବି ଧୀରେଧୀରେ କମି ଗଲାଣି । ଆଉ ଚର୍ଚ୍ଚ ହେଉନି ଯେ ଏ ନେତା ସେ ଦଳକୁ ଯିବ ସେ ନେତା ଏ ଦଳକୁ ଯିବ । କାରଣ କୌଣସି ଦଳ ମଧ୍ୟ ଏହିନେତାମାନଙ୍କୁ ଦଳରେ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଯେମିତି ଓଡ଼ିଶା ରାଜନୀତିର ଏହି ନେତାଙ୍କ ଯୁଗ ଶେଷ ହୋଇଯାଇଛି ଓ ସେମାନେ ଯେମିତି ସବୁ ରାଜନୈତିକ ଦଳ ପାଇଁ ଆଲୋଡା ହୋଇଗଲେଣୀ । କେବଳ ସେତିକି ନୁର୍ହେ, ଏହି ନେତାମାନେ ନିର୍ବାଚନ ଲଢିବେ କି ନାହି ତାହା ମଧ୍ୟ ଏବେ ସବୁଠାରୁ ବଡ଼ ପ୍ରଶ୍ନ । କାରଣ ନିଜ ନିର୍ବାଚନୀ ମଣ୍ଡଳୀର ଏହି ନେତାମାନଙ୍କ ସମର୍ଥକମାନେ ଏବେ ଦ୍ୱନ୍ଦରେ । ସେମାନଙ୍କ ନେତା ୨୦୧୯ରେ ନିର୍ବାଚନ ଲଢିବେ କି ନାହିଁ ତାହା ସେମାନଙ୍କୁ ବି ଜଣାନାହିଁ । ତେଣୁ ସମର୍ଥକମାନେ ଏବେ କୁଆଡ଼େ ଯିବେ ତାହା ମଧ୍ୟ ଜଣାପଡ଼ୁନାର୍ହି ।

Spread the love