କେବଳ କାଗଜ ଚାଷ କରୁଛନ୍ତି ରାଜ୍ୟସରକାର : ବିଜେପି

ଚିଟଫଣ୍ଡ କେଳେଙ୍କାରୀରେ ବୁଡି ରହିଛି ଶାସକ ବିଜେଡି । ଲକ୍ଷ ଲକ୍ଷ ପରିବାର ପରିବାର ସର୍ବସ୍ୱାନ୍ତ ହେବା ପରେ ବି ଶାସକ ବିଜେଡି ଏବେ ସୁଦ୍ଧା କ୍ଷତିଗ୍ରସ୍ତକାରୀଙ୍କୁ ଟଙ୍କା ଫେରାଇବା ମୁଡରେ ନାହିଁ । ଗୋଟିଏ ପଟେ ଶାସକ ଦଳର ସାଂସଦ, ବିଧାୟକଙ୍କ ଠୁ ଆରମ୍ଭ କରି କୁଜି ନେତା ପର୍ଯ୍ୟନ୍ତ ଚଟି ଫଣ୍ଡ ସ୍କାମରେ ଜଡିତ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସରକାରୀ ସୁରକ୍ଷା ଯୋଗାଇଛନ୍ତି । ଅନ୍ୟପଟେ ରାଜ୍ୟସରକାର କମିଶନର ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି । ଜମାକାରୀଙ୍କୁ ସେମାନଙ୍କ ଜମା ଅର୍ଥ ନଫେରାଇ ରାଜ୍ୟସରକାର କେବଳ କାଗଜ ଚାଷ କରୁଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଚଟି ଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କ ଅର୍ଥ ଫେରାଇବା ପାଇଁ ରାଜ୍ୟସରକାରଙ୍କ ଆନ୍ତରିକତା ନାହିଁ । ଟଙ୍କା ଫେରାଇବା ସରକାରୀ ଫାଇଲ ଭିତରେ ସୀମିତ ରହିଛି । ୧୩ ଲକ୍ଷ ଜମାକାରୀ କମିଶନଙ୍କ ପାଖରେ ସତ୍ୟପାଠ ପ୍ରଦାନ କରିଥିବା ବେଳେ ମାତ୍ର ୬ ଲକ୍ଷ ଜମାକାରୀଙ୍କୁ ଅନୁଧ୍ୟାନ କରାଯାଇଛି ।

ସେଥି ମଧ୍ୟରୁ ୩ ଲକ୍ଷ ୬୧ ହଜାର ୮୧୭ ଜଣକ୍ଷୁଦ୍ର
ଜମାକାରୀଙ୍କୁ ଚିହ୍ନଟ କରାଯାଇଛି । ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ମାତ୍ର ୧୭୦୪ ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟ ସରକାର ଜାଣିଶୁଣି ସମୟ ଗଡାଇ ଲୋକଙ୍କ ମନରୁ ଚିଟଫଣ୍ଡ କେଳେଙ୍କାରୀକୁ ହଜେଇ ଦେବାକୁ ଅପପ୍ରୟାସ କରୁଛନ୍ତି ।
ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପାଇଁ ଆହୁରି ୨ ରୁ ୩ ବର୍ଷ ଲାଗିବ ବୋଲି କମିଶନ ଷଷ୍ଠ ଅନ୍ତରୀଣ ରିପୋର୍ଟ ମାଧ୍ୟମରେ
ରାଜ୍ୟସରକାରଙ୍କ ନିକଟରେ ଦାଖଲ କରିଛନ୍ତି ।

୨୦୧୪ ପୂର୍ବରୁ କରଦାତଙ୍କ ଟିକସ ଅର୍ଥରେ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରାଇବା କହି ଟଙ୍କାଟିଏ ବି ଫେରାଇଲେ ନାହିଁ । ଅନ୍ୟପଟେ ଏବେ ଯେଉଁ ଚିଟଫଣ୍ଡ ସଂସ୍ଥାର ସଂପତି ବିକ୍ରି ହେଉଛି ତାକୁ ଶାସକ ଦଳର ନେତା ଓ ବିଧାୟକମାନେ ବେନାମୀ ଭାବେ କିଣୁଛନ୍ତି । ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ଯାଏଁ ତାଙ୍କ ବିଧାୟକ ମାନଙ୍କୁ ଘଂଟ
ଘୋଡାଇ ସୁରକ୍ଷା ଦେବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love