ହଜଖାସ୍‌ ଜଗନ୍ନାଥ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ହଜଖାସ୍‌ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ ପରିବାର ଲୋକ ମଧ୍ୟ ଯାଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ସାଢ଼େ ୪ କୋଟି ଓଡ଼ିଆ ଓ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଶ୍ରୀ ପ୍ରଧାନ କହିଛନ୍ତି-“ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀରେ ନିୟନ୍ତ୍ରିତ ଢ଼ଙ୍ଗରେ ରଥଯାତ୍ରା ଉତ୍ସବକୁ ପାଳନ କରାଯାଉଛି। ଏଥିପାଇଁ ସମଗ୍ର ବିଶ୍ୱରେ ମହାପ୍ରଭୁଙ୍କ ଭକ୍ତ ଅତ୍ୟନ୍ତ ଆନନ୍ଦିତ। ମହାମାରୀ କରୋନା ବିରୋଧରେ ବିଶ୍ୱ ଲଢ଼ୁଛି। ଏହାକୁ ସାମ୍ନା କରିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି।”

Spread the love