ଜୀବନବିନ୍ଦୁ କାର୍ଯ୍ଯକ୍ରମର ଶୁଭାରମ୍ଭ କଲେ ସଞ୍ଜୟ କୁମାର ଦାସବର୍ମା

ସମଗ୍ର ଦେଶରେ କୋରାନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର ପାଇଁ ବିଜୁ ଜନତା ଦଳର ସଭାପତି ତଥା  ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଆୟୋଜନ କରିଛି |ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ବିଜୁ ଜନତା ଦଳ ର ସଦସ୍ୟ/ସଦସ୍ୟା କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନେଇଛନ୍ତି | ଵିଜୁ ଛାତ୍ର ଜନତା ଦଳ ର ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ବରେ ଵିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟଠାରେ ଆଜିଠାରୁ ସପ୍ତାହ ବ୍ୟାପୀ ‘ଜୀବନ ବିନ୍ଦୁ’ ଶିବିର ଆୟୋଜନ କରାଯାଇଛି । ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାଶ ଏବଂ ଯୁବ କଲ୍ୟାଣ ବୋର୍ଡ଼ କାର୍ଯ୍ୟନିର୍ବାହୀ ଅଧକ୍ଷ ବିଜୟ ନାୟକ, ଭୁବନେଶ୍ୱର ଉତ୍ତରର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସlହିତ କରିଥିଲେ।

Spread the love