ଆକ୍ରମଣ ଥିଲା ଏତେ ଭୟଙ୍କର, 10 କିଲୋମିଟର ଯାଏଁ ଶୁଣାଗଲା ଶବ୍ଦ

ଆତଙ୍କବାଦୀ ଆଦିଲ ଅହମ୍ମଦ ବିସ୍ଫୋଟକ ଭର୍ତ୍ତି ଗାଡି ଯବାନଙ୍କ ବସ ସହ ଧକ୍କା କରି ବିସ୍ଫୋରଣ କରିଥିଲା । ଆଦିଲ ପୁଲୱାମା ଗୁଣ୍ଡିବାଗ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଜୈସ-ଇ-ମହମ୍ମଦ ପାଇଁ କାମ କରୁଥିଲା ।

ଏଭଳି ଆକ୍ରମଣ ପାଇଁ ଆଦିଲକୁ ଆଫଗାନ ମୁଜାହିଦ ଜୈସର ଆତଙ୍କବାଦୀ ଗାଜି ରଶିଦ ଟ୍ରେନିଂ ଦେଇଥିଲା । ତେବେ ଏହି ଘଟଣାକୁ ଦେଶର ଚାରିଆଡ଼ୁ ନିନ୍ଦା କରାଯାଇଛି ।

ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ହେଉ ବୋଲି ଯୁବଗୋଷ୍ଠୀ ଦାବି କରୁଛନ୍ତି । ଏହି ଆତଙ୍କବାଦୀଙ୍କ ବର୍ବରାତପୂର୍ବକ କାଣ୍ଡକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି ।

ଜମ୍ମୁ କଶ୍ମୀରରେ ଏକ ବିଶାଳ ଯୁବଗୋଷ୍ଠୀ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି । ପୁଲୱାମାରେ ବ୍ୟବହୃତ ହୋଇଥିବା ବିସ୍ଫୋରକ ସାମଗ୍ରୀ ଏତେ ଶକ୍ତିଶାଳୀ ଥିଲା ଯେ, 10-12 କିଲୋମିଟର ଯାଏଁ ଶୁଣାଯାଇଥିଲା ।

ପୁଲୱାମା ସମେତ ଆଖପାଖ ଶ୍ରୀନଗରର କିଛି ଅଂଚଳକୁ ମଧ୍ୟ ଶବ୍ଦ ଶୁଣାଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଘଟଣା ପରେ ସହିଦ ଯବାନଙ୍କ କ୍ଷତ-ବିକ୍ଷତ ମୃତଦେହ ଜମ୍ମୁ କଶ୍ମୀର ଜାତୀୟ ରାଜପଥରେ ପଡ଼ିରହିଥିଲା । ଯବାନଙ୍କ ମୃତ ଦେହ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ସେମାନଙ୍କ ପରିଚୟ ଖୋଜିବା ଭାରି କଷ୍ଟକର ହୋଇପଡ଼ିଥିଲା । ବିସ୍ଫୋରଣ ପରେ ଭୟଙ୍କର ଶବ୍ଦ ଶୁଣିବା ପରେ ଭୟରେ ଲୋକେ ପଳାୟନ କରିବାକୁ ଲାଗିଥିଲେ ।

ଘଟଣାସ୍ଥଳରୁ ମାତ୍ର 300 ମିଟର ଦୂରରେ ଥିବା ଲେଥପୁର ବଜାରର ଦୋକନୀମାନେ ଯଥଶୀଘ୍ର ଦୋକାନଗୁଡ଼ିକର ସର୍ଟର ବନ୍ଦ କରି ପଳାୟନ କରିଥିଲେ ।

Spread the love