୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୨୧୦ଆକ୍ରାନ୍ତ

ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୧୮ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଫେରନ୍ତା NDRF ଟିମ୍‌ରୁ ଏହି  ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ହୋଇଥିବା ବେଳେ ୩୬ଟି ଲୋକାଲ୍ କେସ୍ ବୋଲି ଜଣାଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୫ ହଜାର ୬୯୨କୁ ବୃଦ୍ଧି ପାଇଲା। ସେମାନଙ୍କ ମଧ୍ୟରୁ ଆରୋଗ୍ୟଙ୍କ ସଂଖ୍ୟା ୪,୧୨୩ ଥିବା ବେଳେ ଆକ୍ଟିଭ କେସ୍ ୧,୮୧୫ ରହିଛି। ୨୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୮, ଖୋର୍ଦ୍ଧାରୁ ୪୭, ଗଜପତିରୁ ୨୯, ବଲାଙ୍ଗିରରୁ ୧୧ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଯାଜପୁର ଓ ପୁରୀରୁ ୮ ଜଣ ଲେଖା ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, ମୟୂରଭଞ୍ଜରୁ ୭, ସୁନ୍ଦରଗଡ଼ରୁ ୬, କଟକରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୩, କେନ୍ଦୁଝର, ନବରଙ୍ଗପୁର ଓ ବାଲେଶ୍ୱରରୁ ୨  ଜଣ ଲେଖାଏ, ଦେବଗଡ଼ ଓ ଅନୁଗୁଳରୁ  ଜଣେ ଲେଖାଏ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

Spread the love