ପୁଲୱାମା ଆକ୍ରମଣ ପରେ ମୋଦି ସରକାରଙ୍କ 5 ବଡ ନିଷ୍ପତ୍ତି !

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କେନ୍ଦ୍ରରେ ମୋଦି ସରକାରଙ୍କ ତରଫରୁ ବଡ ନିଷ୍ପତ୍ତି ନିଆଯାଇଛି ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସୁରକ୍ଷା ମାମଲାରେ ନିଆଯାଇଥିବା କେନ୍ଦ୍ରିୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପାକିସ୍ତାନରୁ ମୋଷ୍ଟ ଫେୱର୍ଡ ନ୍ୟାସନ୍ ର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଛି । 

1.ପାକିସ୍ତାନରୁ ମୋଷ୍ଟ ଫେୱର୍ଡ ନ୍ୟାସନ୍ ର ସମ୍ନାନ ପୁନଶ୍ଚ ଫେରାଇ ନିଆଯାଇଛି । ଅର୍ଥାତ୍ ଏବେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନକୁ ଟ୍ରେଡ୍ କରିବା ପାଇଁ ଯେଉଁ ସୁଯୋଗ ମିଳୁଥିଲା ତାହା ଏବେ ବନ୍ଦ ହୋଇଯିବ ।

2. ବିଦେଶ ମନ୍ତ୍ରାଳୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଅଲଗା  କରିବା ପାଇଁ ସବୁ ଦେଶ ସହ କଥାବାର୍ତ୍ତା କରିବ । ଦୁନିଆ ସାମ୍ନାରେ ପାକିସ୍ତାନର ଆତଙ୍କପରସ୍ତୀ ଚେହେରାର ପର୍ଦ୍ଦାଫାସ୍ କରାଯିବ ।

3. 1968 ରେ ଭାରତ ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କବାଦର ପରିଭାଷାକୁ ବଦଳାଇବା ପାଇଁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ପାସ୍ କରିବା ପାଇଁ ସମ୍ପୁର୍ଣ୍ଣ ଚେଷ୍ଟା କରାଯିବ । ପ୍ରସ୍ତାବକୁ ପାସ୍ ପାଇଁ ଅନ୍ୟ ଦେଶ ଉପରେ ଚାପ ପ୍ରୟୋଗ କରାଯିବ ।

4 . ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର ସର୍ବଦଳୀୟ ବୈଠକ କରିବେ । ଏହି ବୈଠକରେ ରାଜନାଥ ସିଂହ ବିପକ୍ଷ ପାର୍ଟିଙ୍କ ସହ ବିସ୍ତାର ଭାବରେ ଆଲୋଚନା କରିବେ ।

5 . ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦ ବିପକ୍ଷରେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ବହୁତ ବଡ ଭୁଲ୍ କରିଦେଲେ ଏବଂ ସେ ସେନାକୁ ମଧ୍ୟ ଖୋଲା ଛାଡି ଦେଇଛନ୍ତି ।

Spread the love