ସିବିଏସଇ ପରୀକ୍ଷା ବାତିଲ୍

ଜୁଲାଇରେ ହେବାକୁ ଥିବା ସିବିଏସଇ ପରୀକ୍ଷା ବାତିଲ୍ ହୋଇଛି। ସୁପ୍ରିମକୋର୍ଟରେ ସିବିଏସ୍ଇ ପାଇଁ ସଲିସିଟର ଜେନେରାଲ୍ ତୁଷାର ମେହେଟା ପକ୍ଷ ରଖି ଏହା କହିଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଆଦି ରାଜ୍ୟ ପରୀକ୍ଷା କରାଇବା ସମ୍ଭବ ନୁହେଁ ବୋଲି କହିବା ପରେ ସିବିଏସଇ ଏହି ନିଷ୍ପତ୍ତି ନେଇଥିବା ତୁଷାର ମେହେଟା କୋର୍ଟରେ ମତ ରଖିଛନ୍ତି।ସିବିଏସଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଜେ ଏମ ଖାନଓ୍ୱିଲକରଙ୍କ ଆଗରେ କହିଛି, ଜୁଲାଇ ୧ରୁ ଜୁଲାଇ ୧୫ ମଧ୍ୟରେ ପରୀକ୍ଷା ବାତିଲ ହେବ ବୋଲି ସ୍ଥିର ହୋଇଥିଲା। ଏବେ କରୋନା ସଂକ୍ରମଣକୁ ଦେଖି ଏଚଆରଡି ପରୀକ୍ଷା ବାତିଲ୍ କରିଛି। ସ୍ଥିତି ସ୍ୱାଭାବିକ ହେଲେ ବୋର୍ଡ ପରୀକ୍ଷା କରିପାରିବ।ବୋର୍ଡ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ପୁଣି ଥରେ ପରୀକ୍ଷା ସୁଯୋଗ ଦେବ ନା ପୂର୍ବ ଫଳାଫଳ ଆଧାରରେ ଚଳିତ ବର୍ଷର ଫଳାଫଳ ଘୋଷଣା କରିବ ବୋଲି ପଚାରିବାରୁ ବୋର୍ଡ଼ ତରଫରୁ କୁହାଯାଇଥିଲା ଯେ ସ୍ଥିତି ସ୍ୱାଭାବିକ ହେଲେ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇପାରିବେ। ତେବେ ଉତ୍ତର-ପୂର୍ବ ଦିଲ୍ଲୀରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି। ବୋର୍ଡ ସୁପ୍ରିମକୋର୍ଟଙ୍କୁ କହିଛି ଯେ ଏକ ମୂଲ୍ୟାଙ୍କନ ଯୋଜନା ପ୍ରସ୍ତୁତ କରାଯାଇଛି। ବିଗତ ତିନୋଟି ପରୀକ୍ଷା ଆଧାରରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମୂଲ୍ୟାଙ୍କନ କରାଯିବ।

ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭାଗ ନେବାକୁ ପସନ୍ଦ କରିବେ ସେମାନଙ୍କ ପାଇଁ ସ୍ଥିତି ସ୍ୱାଭାବିକ ହେବା ପରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବେ।

ସୂଚନାଯୋଗ୍ୟ, ବଳକା ପରୀକ୍ଷା ବାତିଲ୍ କରିବାକୁ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଆବେଦନ କରିଥିଲେ।

Spread the love