ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ମୁମ୍ବାଇ ମନା
ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଛନ୍ତି କଂଗ୍ରେସର ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ । ଦି କପିଲ ଶର୍ମା ଶୋ ରୁ ବିଦା ହେବାପରେ ଏବେ ମୁମ୍ବାଇ ଫିଲ୍ମ ସିଟି ବ୍ୟାନ କରିଛି । ମୁମ୍ବାଇ ଫିଲ୍ମ ସିଟି ମଧ୍ୟକୁ ପ୍ରବେଶ କରିବା ଉଫରେ ରୋକ ଲଗାଯାଇଛି । Federation of Western India Cine Employees ଏହି ବ୍ୟାନ୍ କରିଛି ।
ପ୍ରକାଶ ଥାଉକି, ମୁମ୍ବାଇ ଫିଲ୍ମ ସିଟିରେ ଦି କପିଲ ଶର୍ମା ଶୋର ସୁଟିଂ ହୋଇଥାଏ । ସେଠାକୁ ଯିବାକୁ ତାଙ୍କୁ ବ୍ୟାନ ଲଗାଯାଇଛି । ମୁମ୍ବାଇ ଫିଲ୍ମ ସିଟି ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ଫିଲ୍ମରେ ଅଭିନୟ କରିବାକୁ ବ୍ୟାନ ମଧ୍ୟ କରିଛି । ପୁଲଓ୍ବାମା ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରୁଥିବା ବେଳେ ସିଦ୍ଧୁ ପିକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେଇ ଫ୍ୟାନ ଓ ଦେଶବାସୀଙ୍କୁ ନିରାସ କରିଛନ୍ତି ।