୨ ବର୍ଷରେ ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ମୋଦି ସରକାର ଦେଇଛନ୍ତି ୪.୭ କୋଟି – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଧନ୍ୟବାଦ।
 ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯିବା ସମସ୍ତଙ୍କୁ ଖୁସି ଦେଇଛି
 ଅଂଶୁପା ଏବଂ ଚିଲିକା ହ୍ରଦ ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ରଖିଛି ।
 ଚିଲିକା ହ୍ରଦ ପରିବ୍ରାଜୀ ପକ୍ଷୀମାନଙ୍କର ବାସଗୃହ ଓ ପ୍ରକୃତି ବିଶେଷଜ୍ଞଙ୍କ ପାଇଁ ଏକ ମନମୋହିଲା ଭଳି
ପରିବେଶ ସଦୃଶ ।
ନୂଆଦିଲ୍ଲୀ/ଭୁବନେଶ୍ୱର, ବିଗତ ୨ ବର୍ଷ ମଧ୍ୟରେ ମୋଦି ସରକାର ନ୍ୟାସନାଲ୍ ପ୍ଲାନ୍ ଫର୍ କନଜରଭେସନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି। ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଆର୍ôଥକ ଅନୁଦାନ ଦିଆଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ପ୍ରଧାନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡେ଼କରଙ୍କ ଦକ୍ଷ କାର୍ଯ୍ୟଶୈଳି ଯୋଗୁଁ ସନ୍ତସନ୍ତିଆ ଅଞ୍ଚଳ ଓ ଜୈବ ବିବିଧତାର ସଂରକ୍ଷଣ, ସୁରକ୍ଷା ଏବଂ ପରିଚାଳନା ଦିଗରେ ଠୋସ୍ ପଦକ୍ଷେପ ନିଆଯାଇପାରିଛି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ତିନି ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଇଥିବା ଥିବା ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯିବା ସମସ୍ତଙ୍କୁ ଖୁସି ଦେଇଛି ଏବଂ ସମଗ୍ର ଦେଶରେ ଆମର ସନ୍ତସନ୍ତିଆ ଅଞ୍ଚଳର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇଛି। ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ରଖିଥିବା ଅଂଶୁପା  ହ୍ରଦ ଏବଂ ଚିଲିକା ହ୍ରଦ ପରିବ୍ରାଜୀ ପକ୍ଷୀମାନଙ୍କର ବାସଗୃହ ଓ ପ୍ରକୃତି ବିଶେଷଜ୍ଞଙ୍କ ପାଇଁ ମନମୋହିଲା ଭଳି ପରିବେଶ ସଦୃଶ।

ଏକସ୍ଥିର ଭବିଷ୍ୟତ ପାଇଁ ଭାରତ ସରକାର ଏହି ‘ଓଡ଼ିଶାର ଅଳଙ୍କାର’ର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ସେହିପରି ସହରାଞ୍ଚଳର ସ୍ଥିର ଭବିଷ୍ୟତ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ ଇକୋସିଷ୍ଟମ୍ ନିମନ୍ତେ ସନ୍ତସନ୍ତିଆ ଅଞ୍ଚଳ ହେଉଛି ଗୁରୁତ୍ୱପୂର୍ଣ୍ଣ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ଏହି ସନ୍ତସନ୍ତିଆ ଅଞ୍ଚଳ ଆର୍ôଥକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସହାୟକ ହୋଇଥାଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love