ବଦଳିଲେ ଜିଲ୍ଲା କ୍ରୀଡା ଅଧିକାରୀ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ):  ରାଜ୍ୟ ସ୍ତରରେ କ୍ରୀଡା ଅଧିକାରୀ ମାନଙ୍କ ଅଦଳ ବଦଳ କରାଯାଇଛି । ଏହି ପ୍ରକ୍ରିୟାରେ ଅନୁଗୁଳ ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କର ମଧ୍ୟ ବଦଳି ହୋଇଛି ।

ତାଙ୍କୁ ନବରଙ୍ଗପୁର ଜିଲାକୁ ବଦଳି କରା ଯାଇଥିବାବେଳେ ନବରଙ୍ଗପୁରରେ ଥିବା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠଙ୍କୁ ଅନୁଗୁଳ ଦାୟିତ୍ୱ ମିଳିଛି । ମହେନ୍ଦ୍ର କୁମାର ସାହୁ ଅନୁଗୁଳ ଜିଲ୍ଲାର କ୍ରୀଡା ବିଭାଗ ସହ ସାଂସ୍କୃତିକ ବିଭାଗର ଦାୟିତ୍ୱ ମଧ୍ୟ ତୁଲାଉ ଥିଲେ ।

Spread the love