ଅଳ୍ପକେ ବର୍ତ୍ତିଲେ ରବି ଶଙ୍କର ପ୍ରସାଦ, ହଠାତ୍‌ ଭାଙ୍ଗିଗଲା ହେଲିକପ୍ଟର ବ୍ଲେଡ

ନୂଆଦିଲ୍ଲୀ, ୧୮/୧୦: କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପାଟନା ଏୟାରପୋର୍ଟରେ ରବି ଶଙ୍କର ପ୍ରସାଦଙ୍କ ହେଲିକପ୍ଟରର ବ୍ଲେଡ ହଠାତ୍ ଭାଙ୍ଗି ଯାଇଛି। ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଇ ପଡ଼ିଥିଲେ। ଗୋଟିଏ କଷ୍ଟ୍ରକସନ ସାଇଟରେ ଥିବା ତାରରେ ମାଡ଼ ହୋଇ ବ୍ଲେଡ ଭାଙ୍ଗି ଯାଇଥିବା ଜଣାପଡ଼ିଛି।ରବି ଶଙ୍କର ପ୍ରସାଦଙ୍କ ଅଫିସ ପକ୍ଷରୁ ଟ୍ୱିଟ କରି ସେ ସଂପୂର୍ଣ୍ଣ ସୁରକ୍ଷିତ ରହିଥିବା ସୂଚନା ଦିଆଯାଇଛି।

ଅଫିସ ପକ୍ଷରୁ ଆହୁରି କୁହାଯାଇଛି ଯେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ନେଇ ଯାଇଥିବା ହେଲିକପ୍ଟରର ବ୍ଲେଡ କ୍ଷତିଗ୍ରସ୍ତ ହୋଇଛି। ହେଲେ ଏହି ସମୟରେ ହେଲିକପ୍ଟରରୁ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟମାନେ ଓହ୍ଲାଇ ସାରିଥିଲେ।ସେହିପରି ସେମାନେ ଘଟଣା ସ୍ଥଳରେ ବି ନଥିଲେ। ରବି ଶଙ୍କର ପ୍ରସାଦ ବିହାର ନିର୍ବାଚନ ପାଇଁ ପ୍ରଚାର କରି ମଙ୍ଗଳ ପାଣ୍ଡେ ଓ ସଞ୍ଜୟ ଝାଙ୍କ ଭଳି ନେତାଙ୍କ ସହ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି।

Spread the love