ବିନା ସୈନ୍ୟ ହରାଇ ଭାରତ ଜିତିବ ଯୁଦ୍ଧ, ଡରିଲେଣି ପଡୋଶୀ ଦେଶ

ଭାରତ  ଏମିତି ପଡୋଶୀ ଦେଶ ସହ ଘେରି ରହିଛି ଯେଉଁମାନେ ଭାରତ ବିରୋଧରେ ସବୁବେଳେ ଷଡଯନ୍ତ୍ର କରୁଛନ୍ତି । ବିନାକାରଣରେ ସୀମାରେ ଗୁଳିବର୍ଷା କରୁଛନ୍ତି । ଏଥିପାଇଁ ଭାରତ ନିଜ ସୁରକ୍ଷା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଏବେ ସମୟ ଆସିଛି  ଭାରତ ନିଜ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ନିହାତି ଜରୁରୀ । ଭାରତ ଏମିତି ମଜଭୁତ ହେବାରେ ଲାଗିଛି କି ଦେଶ ଉପରେ କେହିବି ଆଖି ଉଠାଇ ଚାହିଁ ପାରିବେ ନାହିଁ । ଏଥିପାଇଁ ଭାରତ ଅନ୍ୟ ଶକ୍ତିଶାଳୀ ଦେଶ ସହିତ ଚୁକ୍ତି କରୁଛି ।

ଏଥିରେ ଭାରୟୀତ ସାମରିକ ଶକ୍ତି ଦୁଇଗୁଣା ହେବାସହ ଶତ୍ରୁଦେଶ ମାନଙ୍କର ନିଦ ହାରାମ ହେବ । ଏସ୍-400 ଏବଂ ରାଫେଲ ପରେ ଭାରତ 54ଟି ଇଜ୍ରାଏଲ ହେରୋପ ଡ୍ରୋନ କିଣିବାକୁ ଯାଉଛି । ଏହି ଡ୍ରୋନ ମାଧ୍ୟମରେ  ଭାରତ ବିନା କୌଣସି ସୌନ୍ୟହରାଇ ଶତ୍ରୁ ଦେଶକୁ ମୁହଁତୋଡ ଜବାବ ଦେଇପାରିବ । ଏବଂ ଆତଙ୍କବାଦୀଙ୍କୁ ସଫା କରିପାରିବ । ଭାରତୀୟ ରକ୍ଷାମନ୍ତ୍ରାଳୟ ପକ୍ଷରୁ ଏହି ଡ୍ରୋନ କଣିବାକୁ ମଂଜୁର ପ୍ରଦାନ ଦିଆଯାଇଛି । ବାୟୁସେନା ପାଖରେ ପୂର୍ବରୁ 110 ଡ୍ରୋନ ରହିଛି । ଏହି ଡ୍ରୋନ ଇଲେକ୍ଟ୍ରୋନିକ ଅପ୍ଟିକାଲ ସେନସର ଲେସ । ବାସୁସେନା ମୁଖ୍ୟ କହିଛନ୍ତି ଇଜ୍ରାଏଲ ଡ୍ରୋନ ଆସିବା ପରେ ବାୟୁସେନା ଆହୁରି ମଜଭୁତ ହୋଇଯିବ । ଏହି ପ୍ରୋଜେକ୍ଟ ପୁରା ହେବାପରେ ପାକିସ୍ତାନ ଓ ଚୀନ  ସୀମାରେ  ରଖାଯିବ । ଭାରତ ସୀମାରେ ପ୍ରତିଦିନ ଚଲିଥିବ ଗୁଳିବର୍ଷାରୁ ଭାରତୀୟ ସେନାକୁ ରକ୍ଷା ମିଳିପାରିବ । ଭାରତ ନିଜର ବୀର ପୁତ୍ରମାନଙ୍କୁ ଆଉ ହରାଇବ ନାହିଁ । ବୀର ବିନା ସହିଦ ହୋଇ ବିଜୟ ମୁକୁଟ ପିନ୍ଧିବ । 

Spread the love