ଭାରତକୁ ୯୦ ମିଲିିୟନ ଡଲାରର ସାମରିକ ଉପରକଣ ବିକ୍ରିକୁ ଅନୁମୋଦନ ଦେଲା ଆମେରିକା

ସି-୧୩୦ଜେ ସୁପର ହର୍କ୍ୟୁଲସ୍‌ ସାମରିକ ପରିବହନ ବିମାନ ସମେତ ୯୦ ମିଲିିୟନ ଡଲାରର ଅନ୍ୟାନ୍ୟ ସାମରିକ ଉପରକଣ ଭାରତକୁ ବିକ୍ରୟ କରିବା ପାଇଁ ଆଜି ଅନୁମୋଦନ ଦେଇଛି ଆମେରିକା। ଏହି ପ୍ରସ୍ତାବିତ ବିକ୍ରୟ ଆମେରିକା-ଭାରତ ମଧ୍ୟରେ ସାମରିକ ଓ ରାଜନୈତିକ ସମ୍ପର୍କକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଭାରତ ପକ୍ଷରୁ କ୍ରୟ ହେବାକୁ ଥିବା ସାମରିକ ଉପକରଣ ମଧ୍ୟରେ ବିମାନ ବ୍ୟବହାରକାରୀ ସାମଗ୍ରୀ, କାର୍ଟ୍ରିଜ୍‌ ଆକ୍ଟୁଏଟେଡ୍‌ ଡିଭାଇସ୍‌, ପ୍ରୋପେଲାଣ୍ଟ ଆକ୍ଟୁଏଟେଡ୍‌ ଡିଭାଇସ୍‌, ଅଗ୍ନି ନିର୍ବାପକ କାର୍ଟ୍ରିଜ୍‌, ଜ୍ୱଳନ୍ତ କାର୍ଟ୍ରିଜ୍‌, ଉନ୍ନତ ରାଡାର ଚେତାବନୀ, ହାଲୁକା ନାଇଟ୍‌ ଭିଜନ୍‌ ବାଇନୋକୁଲାର୍‌, ନାଇଟ୍‌ ଭିଜନ୍‌ ଗଗଲ୍‌ ଜିପିଏସ ପ୍ରଭୃତି ଅନ୍ତର୍ଭୁକ୍ତ ରହିଛି। ଏସବୁର ଆନୁମାନିକ ମୂଲ୍ୟ ୯୦ ମିଲିୟନ ଆମେରିକୀୟ ଡଲାର ରହିଛି।ପେଣ୍ଟାଗନ୍‌ କହିଛି ଯେ ଏହି ପ୍ରସ୍ତାବିତ ବିକ୍ରୟ ନିଶ୍ଚିତ ହୋଇଛି। ପୂର୍ବରୁ କ୍ରୟ ହୋଇଥିବା ବିମାନ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଆବଶ୍ୟକତା, ସେନା ଏବଂ ନୈସେନାର ପରିବହନ ଆବଶ୍ୟକତା, ସ୍ଥାନୀୟ ତଥା ଆନ୍ତର୍ଜାତୀୟ ମାନବିକ ସହାୟତା ଏବଂ ଆଞ୍ଚଳିକ ବିପର୍ଯ୍ୟୟ ପ୍ରଶମନ ପାଇଁ କାର୍ଯ୍ୟକ୍ଷମ ଅଟେ।

ପେଣ୍ଟାଗନ୍‌ ଅନୁଯାୟୀ, ୨୦୧୬ରେ ଗ୍ରହଣ କରାଯାଇଥିବା ଏକ ପ୍ରମୁଖ ପଦକ୍ଷେପରେ, ଆମେରିକା ଭାରତକୁ ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଭାବରେ ନିଯୁକ୍ତ କରିଛି ଯାହା ପ୍ରତିରକ୍ଷା ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବଣ୍ଟନକୁ ଏହାର ନିକଟତମ ସହଯୋଗୀ ତଥା ଅଂଶୀଦାରମାନଙ୍କ ସହ ସମାନ ସ୍ତରରେ ପହଞ୍ଚାଇବାକୁ ଚାହୁଁଛି।

Spread the love