ଭାରତ-ପାକିସ୍ତାନ ମଧ୍ୟରେ ଥିବା ଏହି 5ଟି ସୀମାରେ କେବେ ଗୁଳି ଫୁଟିନି…

ଭାରତ- ପାକିସ୍ତାନ  ମଧ୍ୟରେ ଏପର୍ଯ୍ୟନ୍ତ  3ଥର ଯୁଦ୍ଧ ହୋଇ ସାରିଛି । ପ୍ରତିଥର ପାକିସ୍ତାନ ପରାଜୟ ସ୍ୱୀକାର କରିଛି । 1971 ମସିହା ଯୁଦ୍ଧ ପାକିସ୍ତାନ ପାଇଁ ବହୁତ ମହଙ୍ଗା ପଡିଥିଲା । ଯାହାର ଫଳ ସୂରୁପ ବାଂଲାଦେଶ ସୃଷ୍ଟି ହୋଇଛି । 1971 ମସିହା ଯୁଦ୍ଧରେ ପାକିସ୍ତାନ  ତାର ଅର୍ଦ୍ଧେକ ସ୍ଥାନ ହରାଇଥିଲା । ତଥାପି ପାକିସ୍ତାନ  ଭାରତ ବିରୋଧରେ ଷଡଯନ୍ତ୍ର କରିବା ବନ୍ଦ କରୁନାହିଁ । ପ୍ରତିଦିନ  ପାକିସ୍ତାନୀ ସେନା ଅସ୍ତ୍ର ବିରୋଧୀ ଉଲଂଘନ କରୁଛି । ଫଳରେ ଉଭୟ ପକ୍ଷର ସେନା ସହିଦ ହେଉଛନ୍ତି । କିନ୍ତୁ ଏମିତି କିଛି ସୀମା ଅଛି ଯେଉଠି ପାକିସ୍ତାନ ଓ ଭାରତବାସୀ ବହୁ ଖୁସିରେ ରହୁଛନ୍ତି ।  ଆଜି ଆପଣଙ୍କୁ ଜଣାଇବାକୁ ଚେଷ୍ଟା କରୁଛୁ ଭାରତ – ପାକିସ୍ତାନ ମଧ୍ୟରେ ଏମିତି ବୋର୍ଡର ବା ସୀମା ଅଛି ଯେଉଁଠି କେବେ ମଧ୍ୟ ଗୁଳି ଫୁଟିନି ।

image source by google

1- ଚଖୋଡି ଗାଁ – ଚଖୋଡି ଗାଁ କଶ୍ମୀରର ଏକ ଛୋଟ ଗାଁ । ଏଠାରେ ଭାରତ ଓ ପାକିସ୍ତାନର ସୀମା ମିଳିଛି । ଏହି ଗ୍ରାମଦେଇ ଝେଲମ ନଦୀ ପ୍ରବାହିତ ହେଉଛି । ଏବଂ ଏହି ନଦୀ ଦୁଇ   ଦେଶକୁ ଅଲଗା କରି ରଖିଛି । ସ୍ୱାଧିନତା ପରଠାରୁ ଏଠାରେ ଗୋଟିଏ ହେଲେ ଗୁଳି ଫୁଟିନି । ଉଭୟ ଦେଶର ବାସୀନ୍ଦା ନିର୍ଭୟରେ ଓ ଖୁସିରେ ରହୁଛନ୍ତି । ପରସ୍ପର ମଧ୍ୟରେ ବନ୍ଧୁ ଭଳି ବ୍ୟବହାର କରୁଛନ୍ତି । ଏଠାକୁ ବୋଲିବାକୁ ଆସିଥିବା ଲୋକେ ନିର୍ଭୟରେ ଭ୍ରମଣ କରିଫେରୁଛନ୍ତି ।

 

2- ଛଲିୟାନା ଗାଁ-  ଏହି ଗାଁ ଭାରତ ଓ ପାକିସ୍ତାନ ସୀମାକୁ ଲାଗି ରହିଛି । ଏହା କିନ୍ତୁ ଭାରତର ଅଂଶ ବିଷେଶ ଅଟେ । ଏହି ଗାଁ ମଧ୍ୟଦେଇ ନୀଲମ ନଦୀ ପ୍ରବାହିତ ହୋଇଛି । ଏହା ଦୁଇ ଦେଶ ମଧ୍ୟରେ ସୀମା ନିର୍ଧାରଣ କରିଛି । ଏହା ଏକ ପ୍ରାକୃତିକ ଭରା ଅଞ୍ଚଳ ଅଟେ । ଏହାର ସୁନ୍ଦରତା ଦେଖିବାକୁ ସବୁ ସମୟରେ ଲୋକେ ଆସନ୍ତି । ଏହି ସୀମା ମଧ୍ୟ କେବେ ହଂସା ହୋଇନି ।

3- ଓ୍ବାଘା ବର୍ଡର- ଭାରତର ପ୍ରାୟ ସବୁ ନାଗରିକ ଓ୍ବାଘା ବର୍ଡର ନାମ ଶୁଣିଥିବେ ଏବଂ ଟିଭି ମାଧ୍ୟମରେ ଦେଖିଥିବେ । ଏହା ଏକ ଅତି ସୁନ୍ଦର ସ୍ଥାନ ।  ଦୁଇ ଦେଶର ସୈନ୍ୟ ମିଳିତ ଭାବେ ପେରଡ କରନ୍ତି । ଏଠାରୁ ଦୁଇ ଦେଶ ମଧ୍ୟରେ ବସ ଚଳାଚଳ କରେ । ଅତି ନିକଟରୁ ଭାରତ ଲୋକେ ପାକିସ୍ତାନ ଓ ପାକିସ୍ତାନର ଲୋକେ ଭାରତକୁ ଦେଖିପାରନ୍ତି । ଭାରତ ସ୍ୱାଧିନତା ପରଠାରୁ ଏଠାରେ ଗୋଟିଏ ହେଲେ ଗୁଳି ଚାଲିନି । ଏଠାରେ ଜଣେ ହେଲେ ବି ସୈନ୍ୟ ସହିଦ ହୋଇନାହାନ୍ତି ।

image source by google

4-ଚୁକୋଠି ଗାଁ – ଏହା ପାକିସ୍ତାନ ଅଧିକୃତ ଅଞ୍ଚଳ । ଏଠାରେ ଭାରତ ଓ ପାକିସ୍ତାନର ସୀମା  ମିଳନ ହୋଇଛନ୍ତି । ଉକ୍ତ  ସ୍ଥାନରେ  ଥିବା ଏକ ପୋଲ ଦୁଇ ଦେଶକୁ ଅଲଗା ବାବେ ଚିହ୍ନ କରୁଛି । ଏଠାରେ ମଧ୍ୟ ଏକ ମୁଖ୍ୟ ବଜାର ଅଛି । ପାକିସ୍ତାନ ଓ ଭାରତର ଲୋକେ ଏଠାକୁ ବ୍ୟବସାୟ କରିବାକୁ ଆସନ୍ତି । ବସ ଚଳାଚଳ ମଧ୍ୟ କରେ । ଏଠାରେ ମଧ୍ୟ କେବେ ହିଂସା ହୋଇନି । ଚକୋଠି ମୁଜାଫରବାଦ ଶ୍ରୀନଗରକୁ ଏଠାରେ ବସ ଯାତାୟାତ କରେ ।

image source by google

5- କେରନ୍ ସେକ୍ଟର ବର୍ଡର– କାଶ୍ମୀରରେ ଅବସ୍ଥିତ କେରନ ବର୍ଡର ଅତି ସୁନ୍ଦର ସ୍ଥାନ । ଏହି ଅଂଚଳ ଦେଇ ନୀଲମ ନଦୀ ପ୍ରବାହିତ ହୋଇଛି । ନଦୀର ଏପାରିରେ ଅବସ୍ଥିତ ଗାଁ ଗୁଡିକ କାଶ୍ମୀର ଅଂଚଳ ଅଟେ । ଏବଂ ନଦୀ ସେପାରିର ଅଂଚଳ ସବୁ ପାକିସ୍ତାନ ଅଧିକୃତ ଅଂଚଳ ଅଟେ । ଏଠାକାର ବାସିନ୍ଦାଙ୍କ ମଧ୍ୟରେ କେବେ ହିଂସା ହୋଇନି । କି ଏଠାରେ ଦୁଇ ଦେଶ ପକ୍ଷରୁ କେବେ ଗୁଳିଗୁଳା ହୋଇନି । ଏଠାକାର ପରିବେଶ ଅତ୍ୟନ୍ତ ମନୋରମ ଅଟେ । 

Spread the love