ଶ୍ରୀଶନ୍ତଙ୍କ ଆଜୀବନ ବାସନ୍ଦ ଉପରେ ବିଚାର କରିବାକୁ ବିସିସିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ କ୍ରିକେଟ୍‌ ଖେଳାଳି ଏସ୍‌ ଶ୍ରୀଶାନ୍ତଙ୍କୁ ଉପରୁ ଆଜୀବନ ବାସନ୍ଦ ଆଦେଶକୁ ଆଡ଼େଇ ଦେଇଛନ୍ତି। ୨୦୧୩ରେ ବିସିସିଆଇ ଶୃଙ୍ଖଳାଗତ କମିଟି ତାଙ୍କ ଉପରେ ବାସନ୍ଦ ଦେଶ ଜାରି କରିଥିଲା। ନିଷିଦ୍ଧ କ୍ରିକେଟ୍‌ ଖେଳାଳିଙ୍କୁ ଦିଆ ଯିବାକୁ ଥିବା ଦଣ୍ଡର ପରିମାଣ ସଂକ୍ରାନ୍ତରେ ତିନି ମାସ ମଧ୍ୟରେ ପୁନର୍ବିଚାର କରିବାକୁ ଶୀର୍ଷ ଅଦାଲତ କ୍ରିକେଟ୍‌ ପ୍ରଶାସକ ସଂଗଠନକୁ କହିଛନ୍ତି।

ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ନେତୃତ୍ୱରେ ବସିଥିବା ଖଣ୍ଡପୀଠ ଶ୍ରୀଶାନ୍ତଙ୍କୁ ଦିଆ ଯିବାକୁ ଥିବା ଦଣ୍ଡର ପରିମାଣ ସଂକ୍ରାନ୍ତରେ ପୁଣି ଥରେ ନିଷ୍ପତ୍ତି ଗ୍ରହଣ କରିବାକୁ ବିସିସିଆଇକୁ କହିଛନ୍ତି। ଶୀର୍ଷ ଅଦାଲତ ଆହୁରି କହିଛନ୍ତି ଯେ ଶ୍ରୀଶାନ୍ତ ଦଣ୍ଡର ପରିମାଣ ସଂକ୍ରାନ୍ତରେ ବିସିସିଆଇର ଶୃଙ୍ଖଳାଗତ କମିଟିର ପୁନର୍ବିଚାର ସୁଯୋଗ ପାଇବେ। ଶ୍ରୀଶାନ୍ତଙ୍କ ବିରୋଧରେ ପଡ଼ି ରହିଥିବା ଅପରାଧିକ ମାମଲା ସଂକ୍ରାନ୍ତରେ ଆଜିର ଆଦେଶ ଲାଗୁ ହେବ ନାହିଁ।

Spread the love