ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଗୁଳିମାଡ 40ରୁ ଅଧିକ ମୃତ

ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଏକ ମସିଜିଦରେ ଗୁଳିମାଡ ହୋଇଛି । ତେବେ ଏହି ଗୁଳିମାଡରେ ବର୍ତମାନ ସମୟରେ 40 ଜଣଙ୍କ ମୁତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବେଳେ ବାଂଲାଦେଶ କ୍ରିକେଟ୍ ଟିମ୍ ମସଜିଦକୁ ନମାଜ କରିବାକୁ ଯାଇଥିବା ଗୁଳିକାଣ୍ଡ ଘଟିଥିଲା । ପ୍ରଥମେ ଦୁର୍ବୁତ ଅଲ ନୁର ମସଜିଦ ଉପରକୁ ଗୁଳିମାଡ କରିଥିଲେ । ଅଟୋ ମେଟିକ୍ ଗନରୁ ଗୁଳିମାଡ ପରେ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି । Stuff.co.nz ନାମକ ଏକ ନ୍ୟୁଜ୍‌ ପୋର୍ଟାଲ୍ ଅନୁଯାୟୀ ଏଥିରେ ପ୍ରାୟ 30ଜଣ ଲୋକ ନିହତ ହୋଇଛନ୍ତି। ତେବେ ସରକାରୀ ଭାବେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ। ଦୁର୍ବୃତ୍ତମାନେ 50 ରାଉଣ୍ଡ ଗୁଳି ଚଲାଇଥିବା ଜଣାପଡ଼ିଛି। ପୁଲିସ୍‌ କ୍ରାଏଷ୍ଟଚର୍ଚ୍ଚକୁ ଚାରିପଟୁ ସିଲ୍‌ କରି ଦେଇଛି।

ତେବେ ଏହି ଗୁଳିମାଡ ସମୟରେ ଅଲନୁର ମସଜିଦକୁ ନମାଜ ପାଇଁ ଆସିଥିଲେ ବାଂଲାଦେଶ କ୍ରିକେଟ୍ ଟିମ୍ ଖେଳାଳି । ତେବେ ବାଂଲାଦେଶ କ୍ରିକେଟ୍ ଟିମ୍ ଖେଳାଳି ସୁରକ୍ଷିତ ଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୁହଁରେ କଳା କପଡା ବାନ୍ଧି , ହେଲମେଟ୍ ଲଗାଇ ଦୁର୍ବୁତ ଏହି କାଣ୍ଡ ଘଟାଇଥିଲା । ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ ଅଂଚଳରେ ଏହି ଗୁଳିକାଣ୍ଡ ଘଟିଛି । ନ୍ୟୁଜିଲାଣ୍ଡ ଇତିହାସରେ ଏହା ଏକ କଳାଦିନ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ଗୁଳିକାଣ୍ଡ ପରେ ପରେ ସାରା ଅଂଚଳକୁ ସିଲ୍ କରି ନ୍ୟୁଜିଲାଣ୍ଡ ସୁରକ୍ଷାକର୍ମୀ ଛାନଭିନ୍ ଆରମ୍ଭ କରିଛନ୍ତି ।

Spread the love