କଲମ ଛାଡି ରାଜନୀତି ମୁହାଁ ସାମ୍ବାଦିକ !

ସମାଜର ପରିବର୍ତ୍ତନ, କୁସଂସ୍କାର ଓ ଅନ୍ୟାୟ ବିରୋଧରେ କଲମ ମାଧ୍ୟମରେ  ସବୁବେଳେ ଲଢେଇ କରି ଆସିଛନ୍ତି ଏମାନେ । ପୁଣି କଣ ହେଲା ଯାହା ବିରୋଧରେ ଲଢୁଥିଲେ ତାଙ୍କର କୋଳରେ ଆସି ବସୁଛନ୍ତି ।  ବିଧିବଦ୍ଧ ମାନ୍ୟତା ମିଳିନଥିଲେ ମଧ୍ୟ ଲୋକେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ଦେଇଛନ୍ତି । ସମାଜର କଳଙ୍କିତ ରାଜନୀତକୁ ସୁଧାର ଆଣିବା ପାଇଁ ଏବେ ରାଜନେତାର ନେତୃତ୍ୱ ନେବାକୁ ଆଗେଇ ଆସିଛନ୍ତି ଓଡ଼ିଶାର କିଛି ଚର୍ଚ୍ଚିତ ସାମ୍ବାଦିକ । ଯେଉଁମାନେ କି ସାମ୍ବାଦିକ ଭାବେ ଓଡ଼ିଶାର ଗାଁ ଗାଁରେ ପରିଚିତ ଏବେ ସେମାନେ ରାଜନୀତିରେ ଦ୍ୱିତୀୟ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି ।

ଏମାନଙ୍କ ମଧ୍ୟରୁ ବହୁ ଶାସକ ଦଳରେ ଏବେ ସାମିଲ ଥିବା ବେଳେ କିଛି ବିରୋଧୀ ଓ ସ୍ୱାଧୀନଭାବେ ଅଛନ୍ତି । ହେଲେ ସମସ୍ତଙ୍କ ମନରେ ଇଚ୍ଛା ଭଲ ରାଜନେତାଟିଏ ହେବା ପାଇଁ । 2019ରେ ଯଦି ସେମାନେ ସାମିଲ ହୋଇଥିବା ଦଳ ତାଙ୍କୁ ଟିକେଟ ଦେବ ତେବେ ସେମାନେ ନିର୍ବାଚନୀ ମଇଦାନକୁ ଓହ୍ଳାଇବାକୁ ପ୍ରସ୍ତୁତ । ଏଥିଲାଗି ସେମାନେ ସମ୍ବାଦିକ ପେଶା ଛାଡ଼ି ରାଜନୀତିରେ ସାମିଲ ହୋଇଛନ୍ତି । ନିଜ ନିଜ ନିର୍ବାଚନୀ ମଣ୍ଡଳୀ ମଧ୍ୟ ଏହି ନେତାମାନେ ସ୍ଥିର କରିଛନ୍ତି । ମନରେ ଅସୁମାରି ଆଶା । ସମ୍ବାଦିକରୁ ରଜନେତା ବନିବା ପାଇଁ । ସମସ୍ତେ ମଧ୍ୟ ଯୋଗ୍ୟ ରାଜନେତା ହେବା ପାଇଁ । ଏମାନଙ୍କ ମଧ୍ୟରୁ ବହୁଜଣ ନିଜ ନିଜ ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ହୋଇ ବେଶ ଭଲଭାବରେ ନିଜ ସଂସ୍ଥାର ଉନ୍ନତି କରିଛନ୍ତି ନିଜ କଲମର ମୁନରେ । ସାମ୍ବାଦିକତାରୁ ରାଜନେତା ବନିବାକୁ ଇଛା ପ୍ରକାଶ କରିଥିବା ଏହି ଚର୍ଚ୍ଚତ ସାମ୍ବାଦିକମାନେ ହେଲେ :-

୧. ସତ୍ୟ ପ୍ରକାଶ ନାୟକ

୨. ଅର୍ଦ୍ଧେନ୍ଦୁ ଦାସ

୩. ଗୌତମବୃଦ୍ଧ ଦାସ

୪.ବିରୁପାକ୍ଷ ତ୍ରୀପାଠୀ

୫. ମାନସ ମଙ୍ଗରାଜ

୬. ସତ୍ୟଜିତ୍ ମିଶ୍ର ।

ଏହି ସାମ୍ବାଦିକମାନଙ୍କ ମଧ୍ୟରୁ ସତ୍ୟପ୍ରକାଶ ନାୟକ କଂଗ୍ରେସ ଟିକେଟ ନେବା ପାଇଁ ଆଶା ବାନ୍ଧିଥିବା ବେଳେ ସବୁ ସାମ୍ବାଦିକ ବିଜେଡ଼ି ଟିକେଟରେ ନିର୍ବାଚନ ଲଢିବା ପାଇଁ ପ୍ରୟାସ କରିଛନ୍ତି । ନିଜ ନିଜ ନିର୍ବାଚନୀ ମଣ୍ଡଳୀ ମଧ୍ୟ ଏହି ସାମ୍ବାଦିକମାନେ ବାଛିଛନ୍ତି ଓ ପ୍ରଚାର ମଧ୍ୟ ଏକ ରକମର ଆରମ୍ଭ କରିଛନ୍ତି ନିଜ ନିଜ ଢଙ୍ଗରେ । ପ୍ରଚାରରେ ଆଗରେ ଅଛନ୍ତି ନ୍ୟୁଜ-7 ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ସେ ଏବେ ବିଜେଡ଼ି ଟିକେଟରୁ ଜଟଣୀର ପ୍ରତିନିଧିତ୍ୱ କରିବାକୁ ଚାହୁଛନ୍ତି । ହେଲେ ଜଟଣୀରେ ବିଜେଡ଼ି ବିଭୁତି ବଳବନ୍ତରାୟ ତାଙ୍କ ରାସ୍ତାରେ କଣ୍ଟା, ସେହିପରି ଭଣ୍ଡାରୀପୋଖରରୀ ନିର୍ବାଚନ ମଣ୍ଡଳୀ ଲାଗି ସତ୍ୟପ୍ରକାଶ ନାୟକ ବିଧାୟକ ପ୍ରାର୍ଥୀ ହେବା ଲାଗି ଅଣ୍ଟା ଭିଡ଼ିଛନ୍ତି । ହେଲେ ଖୋଦ ପିସିସି ସଭାପତି ଏହି ଆସନ ଲଢିବା ଲକ୍ଷ ରଖିଛନ୍ତି । ସେହିପରି ଭୋଗରାଇରୁ ସମ୍ବାଦର ବରିଷ୍ଠ ସାମ୍ବାଦିକ ଗୌତମବୃଦ୍ଧ ଦାସ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଥିବା ବେଳେ ତାଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ମନ୍ତ୍ରୀ ଅନନ୍ତ ଦାସ ।

ବଡ଼ଚଣା ପାଇଁ ବିରୁପାକ୍ଷ ତ୍ରୀପାଠୀ ନିର୍ବାଚନ ଲଢିବା ପାଇଁ ଚାହୁଁଥିବାବେଳେ ତାଙ୍କ ରାସ୍ତାରେ ଏବେ ବିଜେଡ଼ି ନେତା ଅମର ଶତପଥି ଓ ପ୍ରଶାସକ ନିର୍ମଳ ମିଶ୍ର କଣ୍ଟା ସାଜିଛନ୍ତି । ସେହିପରି ଢେଙ୍କାନାଳ ଲୋକସଭା ଆସନକୁ ଆଖେଇ ଥିବା ଯୁବ ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ବିଜେଡ଼ି ନେତା ସୁଧୀର ସାମଲ । ଅନ୍ୟପଟେ ଚିଲିକା ନିର୍ବାଚନୀ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିବାକୁ ଚାହୁଁଥିବା ମାନସ ମଙ୍ଗରାଜଙ୍କ ଲାଗି କଣ୍ଟା ସାଜିଛନ୍ତି ରଘୁନାଥ ସାହୁ । ତେବେ ଅତୀତରେ ବହୁ ସାମ୍ବାଦିକ ମଧ୍ୟ ରାଜନେତା ହେବା ପାଇଁ 2014ରେ ଲବିରେ ଥିଲେ ।

ସେମାନେ ହେଉଛନ୍ତି ସନ୍ଦୀପ ମିଶ୍ର, ପି.ହେମନ୍ତ କୁମାର, ରବି ଦାସ, ବିରୁପାକ୍ଷ ତ୍ରୀପାଠୀ ପ୍ରମୁଖ । ହେଲେ 2014ରେ ଏହି ସାମ୍ବାଦିକମାନେ ନିରାଶ ହୋଇଥିଲେ । ତେବେ ଏଥର ଏହି ଚର୍ଚ୍ଚତ ସାମ୍ବାଦିକମାନଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କଲମ ଛାଡ଼ି କମାଣ ଧରିବାକୁ ଇଚ୍ଛା ଥିବା ଏହି ସାମ୍ବାଦିକମାନଙ୍କୁ ରାଜନୈତିକ ଦଳ ଗୁଡ଼ିକ ଟିକେଟ ଦେବେ ତ ?

Spread the love