କିଏ ହେବ ଜାନକୀ ଦାୟାଦ: ପୃଥ୍ୱୀବଲ୍ଲଭ ନା ସୌମ୍ୟରଞ୍ଜନ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦାୟାଦ କିଏହେବ ତା’କୁନେଇ ଆରମ୍ଭ ହୋଇଛି ଟଣାଓଟରା । ତାହାପୁଣି ଶଳା ଭିଣେଇଙ୍କ ଭିତରେ । ବୋଲଗଡ ବେଗୁନିଆ ବିଧାନସଭା ଆସନପାଇଁ ଜାନକୀ ନନ୍ଦନ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଅଣ୍ଟା ଭିଡିଥିବାବେଳେ ଏବେ ସେହି ଆସନ ଉପରେ ଆଖି ପକାଇଛନ୍ତି ବାବୁ ସୌମ୍ୟରଞ୍ଜନ । ରାଜ୍ୟସଭା ସାଂସଦ ଥାଇମଧ୍ୟ ସାମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ଓ ବୋଲଗଡ ବେଗୁନିଆ ବିଧାନସଭା କ୍ଷେତ୍ରଉପରେ ଆଖି ପକାଇଛନ୍ତି ।

ଆଜି ନବୀନ ନିବାସକୁ ସୌମ୍ୟରଞ୍ଜନ ଯାଇ ଦଳପତିଙ୍କୁ ସେ ନିର୍ବାଚନ ଲଢ଼ିବାପାଇଁ ଆଗ୍ରହୀ ବୋଲି ଜଣାଇଛନ୍ତି । ପ୍ରଥମ ଚଏସ ଭାବରେ ଖଣ୍ଡପଡ଼ା ବିଧାନସଭା କ୍ଷେତ୍ର ଓ ଦ୍ୱିତୀୟ ଚଏସ ଭାବରେ ବୋଲଗଡ ବେଗୁନିଆକୁ ସେ ବାଛିଛନ୍ତି । ଏବେଏବେ ଓଡିଶା ରାଜନୀତିରେ ଜୋରଦାର ଚର୍ଚା ଜାନକୀଙ୍କ ପ୍ରକୃତ ଦାୟାଦ କିଏ ? ବିଜେଡି ସାଂସଦ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ନା ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ତାହାକୁନେଇ ଜୋରଦାର ଚର୍ଚା । ଜ୍ୱାଇଁ ସୌମ୍ୟରଞ୍ଜନ ବିଜେଡିରେ ଥିବାବେଳେ ପୁଅ ପୃଥ୍ୱୀବଲ୍ଲଭ କଂଗ୍ରେସ ଆସାଇ ଅଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ 2019 ସାଧାରଣ ନିର୍ବାଚନରେ ଶଳା ଭିଣେଇ ଲଢେଇ ହୋଇପାରେ ।

Spread the love