ଶୁବ୍ରଜିତ ସାହୁ ଜିତିଲେ ମିଷ୍ଟର ଇଣ୍ଡିଆ ଏଲିଗେଣ୍ଟ ଟାଇଟଲ୍

ରିସୋର୍ଟ ରୟାଲ କ୍ଲଷ୍ଟିଲୋରେ ଗତ ରବିବାର ଏଲଡାନୋ ମଡେଲ୍ସ ଏବଂ ଏମଏମଏସ ରିସୋର୍ସ ଅକାଦମୀ ତରଫରୁ ମିଷ୍ଟର, ମିସ୍ ଏବଂ ମେସେଜ ଇଣ୍ଡିଆ ଏଲିଜେଣ୍ଟର ଆୟୋଜନ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟର ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରି ରାପ୍ ଓ୍ବାକ୍ କରିଥିଲେ । ଏହି ପ୍ରତିଯୋଗୀତାରେ ନିଶା ଚୌଧୁରୀ ମେସେଜ ଇଣ୍ଡିଆ, ଶୁବ୍ରଜିତ ସାହୁ ମିଷ୍ଟର ଏବଂ ସୁଷମା ସାହି ମିଶ୍ ଇଣ୍ଡିଆ ଏଲିଜେଣ୍ଟର ମୁକୁଟ ପିନ୍ଧିଛନ୍ତି । ଶୁବ୍ରଜିତଙ୍କ ଓ୍ବାକ୍ ଷ୍ଟାଇଲରେ ଜଜମାନେ ମୁଗ୍ଧ ହୋଇ ତାଙ୍କୁ ଅଧିକ ପଏଣ୍ଟ ଦେଇ ବିଜୟ କରିଛନ୍ତି ।

Spread the love