ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ଛାତ୍ର ମୃତ
ଭଦ୍ରକ,୧୬।୯: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ , ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ରର ମୃତ୍ୟୁ । ଏମିତି ଏକ ଅଘଟଣର ଖବର ଆସିଛି ,ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦିଗଛିଆରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ । ସୂଚନା ମୁତାବକ ଦିଗଛିଆରେ ଥିବା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟର କିଛି ଛାତ୍ର ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ଥ ସରକାରୀ କୃଷି ଗବେଷଣା କେନ୍ଦ୍ରର ପୋଖରୀକୁ ଯାଇଥିଲେ । ମୂର୍ତ୍ତି ବିସର୍ଜନ ବେଳେ ଗୋଡ଼ ଖସି ଯିବାରୁ ଜଣେ ଛାତ୍ର ବୁଡି ଯାଇଥିଲେ । ସାଥି ମାନେ ବହୁ ଖୋଜିବା ପରେ ନ ପାଇବାରୁ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଜଣାଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି ପରେ ନ ପାଇବାରୁ ଗଦି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଛତ୍ରକୁ ଠାବ କରିଥିଲେ ମଧ୍ୟ ସେତେବେଳେକୁ ଛାତ୍ରଙ୍କର ମୃତ୍ୟୁ ଘଟିସାରିଥିଲା । ମୃତ ଛାତ୍ର ଜଣକ ହେଉଛନ୍ତି ପୀୟୂଷ ଦାସ,ତାଙ୍କ ଘର ଭଦ୍ରକର ଚରମ୍ପା ଅଞ୍ଚଳରେ ବୋଲି ଜଣା ପଡ଼ିଛି । ସେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିଲା । ବିଦ୍ୟାଳୟ କତ୍ତୃପକ୍ଷଙ୍କ ଦାଇତ୍ଵ ହୀନତା ପାଇଁ ଏଭଳି ଏକ ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
