ଆର‌୍‌ପିଏଫ୍‌କୁ ମିଳିବ ୧୦୦ ‘ବଡି କ୍ୟାମେରା’

ଆର‌୍‌ପିଏଫ୍‌ ପୁଲିସ ପାଇଁ ଅସୁରକ୍ଷିତ ହୋଇପଡ଼ିଲାଣି ଚଳନ୍ତା ଟ୍ରେନ୍‌। ରାତିରେ ପାଟ୍ରୋଲି˚ ସମୟରେ ଅପରାଧୀମାନେ ମାରଣାସ୍ତ୍ରରେ ଆକ୍ରମଣ କରୁଛନ୍ତି। ଏଭଳି ସ୍ଥିତିର ମୁକାବିଲା ପାଇଁ ପ୍ରଥମ ଥର କଟକ ଆର‌୍‌ପିଏଫ୍‌ ପୁଲିସକୁ ମିଳିବ ବଡି କ୍ୟାମେରା। ଅର୍ଥାତ୍ ଆରପିଏଫ୍ ପୁଲିସ କର୍ମଚାରୀଙ୍କ ପୋଷାକରେ ଖଞ୍ଜାଯିବ କ୍ୟାମେରା। ପ୍ରଥମ ପର୍ଯ୍ୟାୟରେ ୧୦୦ଟି କ୍ୟାମେରା ପୂର୍ବତଟ ରେଳପଥ ପକ୍ଷରୁ ଯୋଗାଇ ଦିଆଯିବ। ପ୍ରାୟ ୩୨ ଜିବି ଇଣ୍ଟର‌୍‌ନାଲ ମେମୋରି ଏବଂ ୪ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ରେକର୍ଡ କରିବାର କ୍ଷମତା ରଖୁଥିବା ଏହି ଅତ୍ୟାଧୁନିକ କ୍ୟାମେରା ପାଇଁ ଟେଣ୍ତର ପ୍ରକ୍ରିୟା ଚାଲିଛି। କ୍ୟାମେରା ଆସିଲେ ଟ୍ରେନ୍‌ରେ ସମସ୍ତ ବ୍ୟକ୍ତିଙ୍କ ଟିକିନିଖି ଗତିବିଧି ସହଜରେ ରେକର୍ଡ କରିହେବ। କୌଣସି ଅପ୍ରିତିକର ପରିିସ୍ଥିତି କିମ୍ବା ଆପରାଧିକ କାର୍ଯ୍ୟକଳାପ ଘଟିଲେ, ଏଣିକି ସହଜରେ ପ୍ରମାଣ ମିଳିପାରିବ ବୋଲି କୁହାଯାଉଛି।

ରାଜ୍ୟରେ କମିସନରେଟ୍‌ ପୁଲିସର ଟ୍ରାଫିକ୍‌ ଥାନାରେ ପ୍ରଥମ ଥର ଫିଲ୍ଡ ଅଫିସର ଏବ˚ କର୍ମଚାରୀଙ୍କୁ ବଡି କ୍ୟାମେରା ଯୋଗାଇ ଦିଆଯାଇଥିଲା। ଭୁବନେଶ୍ବର ପାଇଁ ୧୭୦ ଏବ˚ କଟକ ପାଇଁ ୯୦ଟି କ୍ୟାମେରା ଗତ ୨୦୧୮ ଡିସେମ୍ବର ୧୦ ତାରିଖରେ ମିଳିଥିଲା। ବିଭିନ୍ନ ସମୟରେ ଟ୍ରାଫିକ୍‌ ପୋଷ୍ଟରେ ଫିଲ୍ଡ ଅଫିସରଙ୍କୁ ଗାଡ଼ି ଚାଳକମାନେ ମରଣାନ୍ତକ ଆକ୍ରମଣ କରୁଥିବାରୁ ଏଭଳି ଯୋଜନା କରାଯାଇଥିଲା। କ୍ୟାମେରାରେ ଅପରାଧୀଙ୍କ ଭିଡିଓ କଏଦ କରି କାର୍ଯ୍ୟାନୁଷ୍ଠାନ କରିବାକୁ ସହାୟ ହେଉଥିବାରୁ କଟକ ଆର‌୍‌ପିଏଫ୍‌ ଥାନା ପୁଲିସ ଏଭଳି ଯୋଜନା ଆପଣେଇଛି।

କଟକ ଆର‌୍‌ପିଏଫ୍‌ରେ ଏସ୍‌ଆଇ ୩ ଜଣ, ଏଏସ୍‌ଆଇ ୫ ଜଣ ଏବ˚ ହେଡ୍‌ କନ୍‌ଷ୍ଟେବଳ ଓ କନ୍‌ଷ୍ଟେବଳଙ୍କୁ ମିଶାଇ ୭୫ ଜଣ କାର୍ଯ୍ୟ କରୁଛନ୍ତି। ମୋଟାମୋଟି ଭାବେ ରେଳ ଷ୍ଟେସନ୍‌ ଏବ˚ ଯାତ୍ରୀବାହୀ ଟ୍ରେନ୍‌ରେ ୩ଟି ଫେଜ୍‌ରେ ୧୦୦ ଆର‌୍‌ପିଏଫ୍‌ ପୁଲିସ ପାଟ୍ରୋଲି˚ କରୁଛନ୍ତି। ଅନେକ ସମୟରେ ଆର‌୍‌ପିଏଫ୍‌ ପୁଲିସ ଟ୍ରେନ୍‌ରେ ବିଳମ୍ବିତ ରାତିରେ ପାଟ୍ରୋଲି କରିବା ବେଳେ ଅପରାଧୀଙ୍କ ଆକ୍ରମଣର ଶିକାର ହେଉଛନ୍ତି। କିନ୍ତୁ ଆକ୍ରମଣକାରୀ ଖସିଯାଉଛନ୍ତି। ପ୍ରମାଣ ଅଭାବରୁ ଅପରାଧୀ ଖସିଯିବାର ନଜିର ମଧ୍ୟ ରହିଛି। ଏଥିପାଇଁ ଦିଲ୍ଲୀସ୍ଥିତ ରେଳବାଇ ବୋର୍ଡ ନିଷ୍ପତ୍ତିକ୍ରମେ ପ୍ରଥମେ କଟକ ଆର‌୍‌ପିଏଫ୍‌ ଥାନାକୁ ବଡି କ୍ୟାମେରା ଯୋଗାଇ ଦିଆଯିବ। ପରେ ଜଗତସି˚ହପୁର, ଯାଜପୁର, ଢେଙ୍କାନାଳରେ ଥିବା ଆର‌୍‌ପିଏଫ୍‌ ଥାନାରେ ୩ଟି ପର୍ଯ୍ୟାୟରେ ଲାଗିବ ବଡି କ୍ୟାମେରା। କେବଳ କଟକ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦ଟି କ୍ୟାମେରା ଆସିବ। ପରେ ସ˚ଖ୍ୟା ବୃଦ୍ଧି ହେବ। ଫିଲ୍ଡରେ ରହୁଥିବା ଅଫିସର ଏବ˚ କର୍ମଚାରୀଙ୍କୁ କ୍ୟାମେରା ବଣ୍ଟାଯିବାକୁ ନିଷ୍ପତ୍ତି ହୋଇଛି। ଟ୍ରେନ୍‌ରେ କୌଣସି ଅଘଟଣ ଘଟିଲେ, ଦୁର୍ବୃତ୍ତଙ୍କ ଭିଡିଓ କ୍ୟାମେରା ସ୍ବୟ˚ଚାଳିତ ଭାବେ ଉଠାଇବା ସହିତ ପ୍ରମାଣ ସ୍ବରୂପ ଥାନାରେ ଦାଖଲ କରାଯିବ। କ୍ୟାମେରାରେ ପ୍ରାୟ ୩୨ ଜିବି ଇଣ୍ଟର‌୍‌ନାଲ ମେମୋରୀ ଥିବା ବେଳେ ୪ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ରେକର୍ଡ କରିବାର କ୍ଷମତା ରଖୁଛି। ଏଥିରେ ସମସ୍ତ ପ୍ରମାଣ ମହଜୁତ ରହିପାରିବ ବୋଲି ସୂଚନା ମିଳିିିଛି।

Spread the love