ରୁଷି ଥିଲେ, ପୁଣି ଘରକୁ ଫେରିଲେ ବିଜୟ ମହାପାତ୍ର

ସବୁ କଳ୍ପନା ଜଳ୍ପନାର  ଅନ୍ତ ଘଟାଇ ଆଜି ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।  ଆଜି ବିଜେପି କାର୍ଯ୍ୟାଳୟରେ ସାମିଲହୋଇଛନ୍ତି ବିଜୟ ମହାପାତ୍ର ।  ମିଶ୍ରଣ ପୂର୍ବରେ  69 ବର୍ଷିୟ ବିଜୟ ମହାପାତ୍ରଙ୍କୁ ବିଜେପି ପ୍ରଭାରୀ ଅରୁଣ ସିଂହ ଓ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସାକ୍ଷାତ କରିଛନ୍ତି । 

ବିଜେପି ବିରୋଧରେ ଅନେକ ଅଭିଯୋଗ ଆଣି ଦଳ ଛାଡ଼ିଥିଲେ ଟାଣୁଆ ନେତା ବିଜୟ ମହାପାତ୍ର । ଦଳ ଛାଡ଼ିବା ପରେ ପୁଣି ଥରେ ବିଜେଡ଼ିକୁ ଫେରିବେ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ନିର୍ବାଚନ ପାଖେଇ ଆସୁଥିବେ ମଧ୍ୟ କୌଣସି ଦଳରେ ଯୋଗ ଦେଇନଥିଲେ ବିଜୟ । କୌଣସି ଦଳରେ ଯୋଗ ଦେଉନଥିବାରୁ ଚଳିତ ନିର୍ବାଚନରେ ତାଙ୍କ ଭୂମିକା କଣ ହେବ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇ ଆସୁଥିଲା । ହେଲେ ଏବେ ଚିତ୍ର ସ୍ପଷ୍ଟ ହୋଇଯାଇଛି । ବିଜୟ ପାଟକୁରାରୁ ବିଧାୟସଭାକୁ ନିର୍ବାଚିତ ହୋଇଥିଲେ । ବିଜୟ, ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ଟାଣୁଆ ମନ୍ତ୍ରୀ ଥିଲେ ।

1997ରେ ବିଜୁ ଜନତା ଦଳ ଗଠରେ ବି ତାଙ୍କ ପ୍ରମୁଖ ଭୂମିକା ଥିଲା । ସେ ଦଳର ରାଜନୈତିକ ବ୍ୟାପାର କମିଟିର ମୁଖ୍ୟ ବି ଥିଲେ । 2 ହଜାର ମସିହାରେ ତାଙ୍କ ଟିକେଟ କାଟିଦିଆଯାଇଥିଲା । ଏହାପରେ ବିଜେଡି ଛାଡି ବିଜୟ ମହାପାତ୍ର ଗଠନ କରିଥିଲେ ଓଡିଶା ଗଣ ପରିଷଦ । କିନ୍ତୁ ଏଥିରେ ସଫଳତା ନ ପାଇ 2009ରେ ବିଜେପିରେ ସାମିଲ ହୋଇଥିଲେ । ଗତବର୍ଷ ନଭେମ୍ବର ମାସରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବା ପରେ ଆଜି ପୁଣି ବିଜେପିରେ ସାମିଲ ହେଉଛନ୍ତି ବିଜୟ ମହପାତ୍ର ।ଅନ୍ୟପଟେ ବିଜୟଙ୍କ ସହିତ ଏକାଠି ଦଳ ଛାଡ଼ିଥିବା ଦିଲ୍ଲୀପ ରାୟ କେଉଁ ଦଳରେ ଯୋଗଦେବେ ଏଯାଏଁ ସ୍ପଷ୍ଟ ହୋଇନି । କିଛି ଦିନ ପୂର୍ବରୁ ତାଙ୍କୁ ନବୀନ ନିବାସରେ ଦେଖିବା ପାଇଁ ମିଳିଥିଲା ।

Spread the love