ଭୋଟଗ୍ରହଣ ବେଳେ ଆଙ୍ଗୁଠିରେ ନୀଳରଙ୍ଗ କାହିଁକି ଲଗାଯାଏ ଜାଣନ୍ତୁ

କୌଣସି ନିର୍ବାଚନରେ ମତଦାତା ଭୋଟ ଦେବା ପୂର୍ବରୁ ଏକ ପ୍ରକ୍ରିୟା ହୋଇଥାଏ । ଏହି ପ୍ରକ୍ରିୟା ମଧ୍ୟରେ ଜଣେ ମତଦାତାଙ୍କ ଆଙ୍ଗୁଠିରେ କାଳି ଲଗାଇବା  ନିୟମ ମଧ୍ୟ ରହିଛି । ଆଙ୍ଗୁଠିର ଶିର୍ଶରେ ନଖ ପାଖରେ କାଳି ଲଗାଯାଇଥାଏ । ତେବେ ଆସନ୍ତୁ ଜାଣିବା ନିର୍ବାଚନ ବେଳେ କାଳି କାହିଁକି ଲଗାଯାଇଥାଏ । ଦେଶର ପ୍ରଥମେ ଯେତେବେଳେ ନିର୍ବାଚନ ହୋଇଥିଲା ସେତେବେଳେ ନିର୍ବାଚନ ଆୟୋଗ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏମିତିକି ଜଣେ ମତଦାତା ନିଜ ନେତାଙ୍କୁ ବାରମ୍ବାର ଭୋଟ ଦେଇଥିଲେ । ଏହିସବୁ ସମସ୍ୟାକୁ ରୋକିବାକୁ ନିର୍ବାଚନ ଆୟୋଗ କାଳି ବ୍ୟବହାର କରିଥିଲେ ।

ଏହା  ଖାତରେ ଲେଖାଯାଉଥିବା ସାମାନ୍ୟ କାଳି ନୁହେଁ । ଏହିକାଳି ଏକ ସ୍ବତନ୍ତ୍ର କାଳି ଯାହାକି ଏତେ ସହଜରେ ଲିଭିବ ନାହିଁ । ଭାରତର ଏହି କାଳିକୁ ଭାରତ  ବ୍ୟତୀତ ଅନ୍ୟ କେତେକ ଦେଶରେ ମଧ୍ୟ ବ୍ୟବାହାର କରାଯାଉଛି । କାଳିରେ ମିଶ୍ରଣ ହୋଇଥିବା ସିଲଭର ନାଇଟ୍ରେଡ। ଏହା ଆତି ସହଜରେ  ପାଣିରେ ମିଶିଯାଇଥାଏ । ସିଲଭର ନାଇଟ୍ରେଡ ଏକ ପ୍ରକାର ତତ୍ବ ହୋଇଥାଏ । ଏହା ଚମଡାରେ ଲାଗିବା ମାତ୍ରେ କଳା ହୋଇଯାଏ । ଏବଂ  ସହଜରେ ହାତ ଆଙ୍ଗୁଠିରୁ ଛାଡିନଥାଏ ।

Spread the love