ଶାହଙ୍କ ଶୋଭାଯାତ୍ର, ଶକ୍ତି ପ୍ରଦର୍ଶନ

ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀଙ୍କ ବଦଳରେ ଗୁଜରାଟର ଗାନ୍ଧିନଗର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ନାମାଙ୍କନପତ୍ର ଦାଖଲ କରିବେ।

ନାମାଙ୍କନପତ୍ର ଦାଖଲ ପୂର୍ବରୁ ଗାନ୍ଧିନଗରରେ ଶ୍ରୀ ଶାହ ଏକ ସାଧାରଣ ଶୋଭାଯାତ୍ରା କରିଛନ୍ତି। ଏହି ସଭାରେ ଏନ୍‌ଡିଏର ବରିଷ୍ଠ ନେତାମାନେ ଉପସ୍ଥିତ ରହି ବିରୋଧୀଙ୍କୁ ନିଜର ଶକ୍ତିପ୍ରଦର୍ଶନ କରିଛନ୍ତି।

ଗାନ୍ଧିନଗରରେ ଆୟୋଜିତ ରୋଡ୍‌ ଶୋ’ ଓ ସାଧାରଣ ସଭାରେ ବରିଷ୍ଠ ଏନ୍‌ଡିଏ ନେତାମାନେ ବିରୋଧୀ ଦଳଗୁଡ଼ିକ ଉପରେ ଜୋରଦାର ହମଲା କରିଛନ୍ତି।

ଏଥିସହ ସେମାନେ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦେଶବାସୀ ଏକାଠି ହୁଅନ୍ତୁ ବୋଲି ଭୋଟରଙ୍କୁ ନିବେଦନ କରିଛନ୍ତି।  ତେବେ ସଭାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଯୋଗଦାନ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲା। ଶିବସେନା ବିଜେପିକୁ ସର୍ବାଦା ସମାଲୋଚନା କରୁଥିବା ବେଳେ ଶ୍ରୀ ଠାକରେଙ୍କ ଏଭଳି ଯୋଗଦାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।

ଆଜିର ସଭାରେ ଶ୍ରୀ ଠାକରେଙ୍କ ବ୍ୟତୀତ ଶିରୋମଣି ଅକାଳୀ ଦଳର ମୁଖ୍ୟ ପ୍ରକାଶ ସିଂହ ବାଦଲ, ଲୋକ ଜନଶକ୍ତି ପାର୍ଟିର ସଭାପତି ରାମ ବିଲାଶ ପାଶ୍ୱାନ ପ୍ରମୁଖ ଯୋଗଦେଇଥିଲେ।

Spread the love