ବିଜେପିରେ ସାମିଲ ହେଲେ ସଂଞ୍ଜୀବ ପ୍ରସାଦ ସିଂଦେଓ ଏବଂ ଉଦଳା ବ୍ଲକର ଅଧ୍ୟକ୍ଷା କୁମାରୀ ମୁର୍ମୁ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାଟି ର୍ର ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟ   କାରିଣୀ ସଦସ୍ୟ ଏବଂ ବୀରମିତ୍ରପୁର ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ  ସଂଞ୍ଜୀବ ପ୍ରସାଦ ସିଂଦେଓଙ୍କ ସହ ବିଜେଡିର ଶତାଧିକ କାର୍ଯ୍ୟକର୍ତା ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଉଦଳା ବ୍ଲକର ଅଧ୍ୟକ୍ଷା  କୁମାରୀ ମୁର୍ମୁ, ଉଦଳା ବ୍ଲକ ମହିଳା ସଭାନେତ୍ରୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା  ଲଳିତା ବିଶୋଇ,
ଉଦଳା ବ୍ଲକର ଉପାଧ୍ୟକ୍ଷ  ପରେଶ କୁମାର ବେହେରା ବିଜେଡି ଦଳ ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଉଦଳା ନିର୍ବାଚନ ମଣ୍ଡଳୀର ବହୁ ସରପଂଚ, ପୂର୍ବତନ ସରପଂଚ,ସମିତି ସଭ୍ୟ, ପୂର୍ବତନ ସମିତି ସଭ୍ୟ, ନେତା ଏବଂ କର୍ମୀ ଆଜି ବିଜେଡି ଛାଡି ବିଜେପିରେ ସାମିଲହୋଇଛନ୍ତି ।

ସେହିପରି ଉଦଳା ନିର୍ବାଚନୀ ମଣ୍ଡଳୀର ବିଜୁ ଯୁବ ବାହିନୀର ସଭାପତି ସୁନିଲ କୁମାର ମାରାଣ୍ଡି, ବିଜୁ ଯୁବ ବାହିନୀର ସଂପାଦକ ମଥୁରୀ ହାଁସଦା, ଖୋରଡା ଗ୍ରାମପଚାଂୟତର ସଭାପତି ଚରଣେଶ୍ୱର ବାରିକ, ଉଦଳା ବ୍ଲକର ସଂପାଦକ ସୌରୂପ କୁମାର ମହାପାତ୍ର, ବିଜୁ ଯୁବ ବାହିନୀର ସଭାପତି ଅରୁଣ କୁମାର ମଲ୍ଲିକ, ବିଜୁ ଯୁବ ବାହିନୀର ସଭାପତି ଦିନବନ୍ଧୁ ପୃଷ୍ଟି, ବିଜୁ ଯୁବ ବାହିନୀର କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ କୁମାର ପଣ୍ଡା ଏବଂ ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତାମାନେ ଆଜି ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମସ୍ତ ଦଳରେ ସ୍ୱାଗତ କରିଛନ୍ତି ।

ଦଳରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ଉପସଭାପତି ସମୀର ମହାନ୍ତି ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ    ଲକ୍ଷ୍ମଣ ଟୁଡୁ, ପୂର୍ବତନ ବିଧାୟକ  ଭାସ୍କର ମଢେଇ, ପୂର୍ବତନ ବିଧାୟକ ଶଙ୍କର ଓରାମ, ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି  ଟଙ୍କଧର  ତ୍ରିପାଠୀ ଏବଂ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ  ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love