3 ଲୋକସଭା ଓ 11 ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ବିଜେପି ଆଜି  3ଟି ଲୋକସଭା ଓ 11 ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୟରୁଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଯାଜପୁରରୁ ଅମୀୟ ମଲ୍ଲିକଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ । ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେପିର ବରିଷ୍ଠ ନେତା ବଜୟ ମହାପାତ୍ର, ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ବିଜେଡିରୁ ଇସ୍ତଫା ଦେଇ ଗେରୁଆ ଶିବିରରେ ସାମିଲ ହୋଇଥିବା ସୁକାନ୍ତ ନାୟକ ଓ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ । ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

ଆନନ୍ଦପୁରରୁ ଆଲୋକ ସେଠୀ, ରାୟରଙ୍ଗପୁରରୁ ନବଚରଣ ମାଝୀ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ ଦେଇଛି ଦଳ । ଅନ୍ୟପଟେ ନୀଳଗିରିରୁ ସୁକାନ୍ତ ନାୟକ, ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ , ଆଠଗଡ଼ରୁ ବ୍ରଜେନ୍ଦ୍ର ରୟ, ପାଟକୁରାରୁ ବିଜୟ ମହାପାତ୍ର, ମହାକାଳପଡ଼ାରୁ ବିଜୟ ପ୍ରଧାନ, ପୁରୀରୁ ଜୟନ୍ତ ସାରଙ୍ଗୀ, ଭୁବନେଶ୍ୱର ( ଉତ୍ତର)ରୁ ଅପରାଜିତା ମହାନ୍ତିଙ୍କୁ ଟିକେଟ ଦେଇଛି ଦଳ ।

Spread the love