ଜନମତକୁ ନେଇ ନେତାଙ୍କ ମୁଣ୍ଡ ଟେନସନ, ପଢନ୍ତୁ କିଏ ଗଢିବ ସରକାର

ଣ୍ଡିଆ ଟିଭି-ସିଏନଏକ୍ସ ପକ୍ଷରୁ ଏକ ତାଜା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଦେଶରେ ଏବେ ନିର୍ବାଚନ ହେଲେ ମୋଟ 543 ଲୋକସଭା ଆସନରୁ ବିଜେପି 225 ଆସନରେ ବିଜୟୀ ହେବା ସମ୍ଭାବନା ରହିଛି। ଏହି ସର୍ଭେରେ କଂଗ୍ରେସକୁ 90, ଟିଏମ୍ସି 32, ବିଜେଡି 15, ଶିବସେନା 10, ସମାଜବାଦୀ ପାର୍ଟି 17, ବହୁଜନ ସମାଜ ପାର୍ଟି 16 ଆରଜେଡି 8, ଜେଡିୟୁ 11 ଏବଂ ଅନ୍ୟମାନଙ୍କୁ119 ଆସନ ମିଳିବ ବୋଲି କୁହାଯାଇଛି। ଓଡ଼ିଶାରେ 21 ଆସନରୁ ବିଜେଡି 15 ଆସନ ଦଖଲ କରିବାକୁ ସକ୍ଷମ ହେବ ଏବଂ ବିଜେପି 5 ଏବଂ କଂଗ୍ରେସ ଗୋଟିଏ ଆସନ ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି। ସେହିଭଳି ଉତ୍ତରପ୍ରଦେଶରେ ବିଜେପି 2014 ତୁଳନାରେ ବଡ଼ ଧରଣର କ୍ଷତିର ସମ୍ମୁଖୀନ ହେବ। ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ନେତାଙ୍କ ମୁଣ୍ଡ କାମ ଦେଉନି । ଯେମିତି ହେଲେ ନିର୍ବାଚନ ଲଢେଇରେ ବାଜି ମାରିବା ପାଇଁ ପୁରା ଦମ ଦେଖାଉଛନ୍ତି ନେତା ।

ଉତ୍ତରପ୍ରଦେଶର 80 ଲୋକସଭା ଆସନରୁ ବିଜେପି 41, କଂଗ୍ରେସ 4 ଏବଂ ଏସପି-ବିଏସପି ମେଣ୍ଟ 35 ଆସନ ପାଇବେ ବୋଲି ଅନୁମାନ କରାଯାଇଛି। ବିହାରର 40 ଆସନରୁ ବିଜେପି ମେଣ୍ଟ 28 ଆସନ ହାସଲ କରିବ ଏବଂ ଆରଜେଡି-କଂଗ୍ରେସ ମେଣ୍ଟକୁ 11 ଆସନ ମିଳିବାର ସମ୍ଭାବନା ରହିଛି। ଛତିଶଗଡ଼ର 11ଆସନରୁ ବିଜେପିକୁ 3 ଏବଂ କଂଗ୍ରେସକୁ 8  ଆସନ ମିଳିବ ବୋଲି ଇଣ୍ଡିଆ ଟିଭି ଜନମତ ସର୍ଭେରେ କୁହାଯାଇଛି। ଆସାମର 14 ଲୋକସଭା ଆସନରୁ ବିଜେପି 8, କଂଗ୍ରେସ 4ଏବଂ ଏଆଇୟୁଡିଏଫ୍ 2ଟି ଆସନ ପାଇବ ବୋଲି ଅନୁମାନ କରାଯାଇଛି। ସେହିଭଳି ପଶ୍ଚିମବଂଗରେ ଏବିପି -ନେଲ୍ସନ ସର୍ଭେ ଅନୁଯାୟୀ ଟିଏମସିକୁ 31 ଆସନ ମିଳିବ। 2014 ରେ ବିଜେପି ପଶ୍ଚିମବଂଗରେ 2ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର 8 ଟି ଆସନ ଅକ୍ତିଆର କରିବ ବୋଲି ଅନୁମାନ କରାଯାଇଛି। କଂଗ୍ରେସକୁ 3 ଟି ଆସନ ମିଳିବ ଏବଂ ବାମଦଳ ଖାତା ଖୋଲିପାରିବେ ନାହିଁ ବୋଲି ସର୍ଭେ ରିପୋର୍ଟରୁ ପ୍ରକାଶ।

ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ ତାମିଲନାଡ଼ୁର 39 ଟି ଆସନ ମଧ୍ୟରୁ କଂଗ୍ରେସ-ଡିଏମକେ ମେଣ୍ଟକୁ 35ଏବଂ ବିଜେପି-ଆନ୍ନାଡିଏମକେ ମେଣ୍ଟକୁ 4 ଟି ଆସନ ମିଳିବ। କର୍ଣ୍ଣାଟକର 28 ଟି ଆସନ ମଧ୍ୟରୁ କଂଗ୍ରେସ ଓ ବିଜେପି ମେଣ୍ଟକୁ 14 ଟି ଲେଖାଏଁ ଆସନ ମିଳିବ। କେରଳର 20 ଆସନ ମଧ୍ୟରୁ କଂଗ୍ରେସ ମେଣ୍ଟକୁ 16 , ବାମ ସାମ୍ମୁଖ୍ୟକୁ 3ଏବଂ ଏନଡିଏକୁ ଗୋଟିଏ ଆସନ ମିଳିପାରେ ବୋଲି କୁହାଯାଉଛି।

Spread the love