ନେପାଳରେ ଝଡ଼ବର୍ଷା: 25 ମୃତ, 400 ଆହତ

ଦକ୍ଷିଣ ନେପାଳର କେତୋଟି ଗାଁ’ରେ ଭୀଷଣ ଝଡ଼ବର୍ଷା ହେବାରୁ ଅନ୍ୟୂନ 25 ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ 400 ଜଣ ଆହତ ହୋଇଥିବା କଥା ସୋମବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ରବିବାର ସନ୍ଧ୍ୟା ବେଳେ ବାରା ଓ ପାର୍ସା ଅଞ୍ଚଳର କେତେଗୁଡ଼ିଏ ଗାଁରେ ଝଡ଼ବର୍ଷା ହୋଇଥିବା କଥା ଗୃହମନ୍ତ୍ରାଳୟର ଅଧିକାରୀମାନେ କହିଛନ୍ତି। କାଠମଣ୍ଡୁ ଠାରୁ 128 କିଲୋମିଟର ଦୂର ବାରା ଜିଲ୍ଲାରେ 24ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପାର୍ସା ଜିଲ୍ଲାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ସେମାନେ କହିଛନ୍ତି। ନେସ୍‌ନାଲ୍‌ ଏମର୍ଜେନ୍‌ସି ଅପରେସନ୍‌ ସେଣ୍ଟର୍‌ କହିଛି କି, ବିଭିନ୍ନ ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା କରାଯାଉଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମୃତବ୍ୟକ୍ତିଙ୍କ ପ୍ରତି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସବୁକୁ ସମ୍ବେଦନା ଜଣାଇଛନ୍ତି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଲାଗି ସେନା ଓ ପୁଲିସ ପଠାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

Spread the love