ପେଟ ଫ୍ଲାଟ୍‌ କରିବାକୁ ଚାହୁଛନ୍ତି କି? କରନ୍ତୁ ଏହି ଉପାୟ

ସମସ୍ତେ ଏବେ ସ୍ଲିମ୍‌ ଆଣ୍ଡ୍‌ ଟ୍ରିମ୍‌ ହେବାକୁ ଚାହାଁନ୍ତି । ମୋଟାପଣ ସମସ୍ତ ରୋଗର କାରଣ । ଏହାଛଡ଼ା ପେଟ ବାହାରିଲେ ସୌନ୍ଦର୍ଯ୍ୟ କମିଯାଇଥାଏ । ତେଣୁ ପେଟ କମାଇବା ପାଇଁ ଲୋକେ ବ୍ୟାୟାମ ଠାରୁ ଆରମ୍ଭ କରି ଯେତେ ପ୍ରକାର ଖାଦ୍ୟ ଗ୍ରହଣ କରୁଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ପେଟ କମାଇବାର କିଛି ଏପରି ତରିକା ବିଷୟରେ କହିବୁ ଯାହା ଆପଣଙ୍କୁ ଖୁବ୍‌ କମ୍‌ ଦିନରେ ସ୍ଲିମ୍‌ ଆଣ୍ଡ୍‌ ଫିଟ୍‌ କରିଦେବ । ପେଟ ବଢ଼ିବାର ମୂଖ୍ୟ କାରଣ ମିଠା ଓ ଫାଷ୍ଟ ଫୁଡ଼୍‍ । କେକ୍‌, ପେଷ୍ଟ୍ରିଜ୍‌, ସପ୍ଟ ଡ୍ରିଙ୍କ୍‌ସ୍‌ ପେଟରେ ଚର୍ବି ସୃଷ୍ଟି କରିବାର ମୁଖ୍ୟ କାରଣ । ଯଦି ଆପଣ ଏହିସବୁ ଖାଦ୍ୟ ଠାରୁ ଦୂରରେ ରୁହନ୍ତି ତେବେ ସପ୍ତାହରେ ୧୦୦ରୁ ଅଧିକ କ୍ୟାଲୋରୀ ବର୍ଣ୍ଣ (ନଷ୍ଟ) କରିପାରିବେ । ଯେଉଁ ମହିଳା ମଦ ପାନ କରନ୍ତି ତାଙ୍କ ପେଟରେ ଅଧିକ ଚର୍ବି ଲାଗିଥାଏ । ଧିରେ ଧିରେ ଏହା ଆପଣଙ୍କ ପେଟ ବଢ଼ାଇବା ସହ ହାର୍ଟ ଆର୍ଟାକ୍‌ ମଧ୍ୟ କରିଥାଏ । ଯଦି ଆପଣ ପେଟର ମୋଟାପା ଶୀଘ୍ର କମାଇବା ପାଇଁ ଚାହୁଁଛନ୍ତି ତେବେ ଦୁଧ ଓ ଏଥିରେ ତିଆରି ପଦାର୍ଥ ଠାରୁ ନିଜକୁ ଦୂରରେ ରଖନ୍ତୁ । ଖୁବ୍‌ ଶୀଘ୍ର ଆପଣ ରେଜଲ୍ଟ ପାଇଯିବେ । ଆଳୁ ଓ ରିଫାଇଣ୍ଡ ଖାଦ୍ୟ ଖାଆନ୍ତୁ ନାହିଁ ରିଫାଇଣ୍ଡ୍‌ ବ୍ରେଡ୍ସ ଓ ଆଳୁ ରେ ଅଧିକ ମାତ୍ରାରେ ଷ୍ଟାର୍ଚ ଥିବାରୁ ଏହା ପେଟ ବଢ଼ାଇବାରେ ସାହାଯ୍ୟ କରିଥାଏ । ତେଣୁ ଏହିସବୁ ଖାଦ୍ୟରୁ ଯେତେ ଦୂରରେ ରୁହନ୍ତୁ । ଏହାଛଡ଼ା ପେଟ କମାଇବାକୁ ହେଲେ ସବୁଜ ପରିବା, ବାଦାମ ଓ ଓଟ୍‌ମିଲ୍‌ ଯେତେ ସମ୍ଭବ ଖାଇବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ପେଟ କମାଇବାରେ ସାହାଯ୍ୟ କରିବ ।

Spread the love