2000ଟି ପିଓ ପଦ ପାଇଁ ଏସ୍‌ବିଆଇର ବିଜ୍ଞପ୍ତି ଜାରି

ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି କରିବାର ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଏସ୍‌ବିଆଇ ପ୍ରୋବେସନରି ଅଫିସର (ପିଓ) ପଦ ପାଇଁ ଭର୍ତ୍ତି ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆଜିଠାରୁ ହିଁ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ 22 ଏପ୍ରିଲ ରହିଛି। 2000 ପଦ ମଧ୍ୟରୁ 300 ଅନୁସୂଚିତ ଜାତି, 150 ଅନୁସୂଚିତ ଜନଜାତି, 540 ବ୍ୟାକ୍‌ବର୍ଡ କ୍ଲାସ୍‌ ଓ 200 ଇଡବଲ୍ୟୁ ପାଇଁ ରହିଛି।

ଆବେଦନ ଫିସ୍‌ ପୈଠ କରିବାର ଶେଷ ତାରିଖ 22 ଏପ୍ରିଲ ରହିଛି। ପ୍ରିଲିମ୍ ପରୀକ୍ଷା ପାଇଁ କଲ୍‌ ଲେଟର ମଇର ତୃତୀୟ ସପ୍ତାହରେ ଆସିଯିବ। ଅନ୍‌ଲାଇନ୍‌ ପ୍ରିଲିମ୍ ପରୀକ୍ଷା ଜୁନ୍‌ 8, ଜୁନ୍‌ 9, ଜୁନ୍‌ 15 ଓ ଜୁନ୍‌ 16ରେ ହେବ। ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ଘୋଷଣା କରାଯିବ। ଯେଉଁ ପରୀକ୍ଷାର୍ଥୀ ପାସ୍‌ କରିବେ ଜୁଲାଇ ଦ୍ୱିତୀୟ ସପ୍ତାହରେ ମେନ୍ ପରୀକ୍ଷା ପାଇଁ କଲ ଲେଟର ଡାଉନଲୋଡ କରି ନେବେ। ମେନ୍ ପରୀକ୍ଷା ଜୁଲାଇ 20ରେ ହେବ। ଏହି ପରୀକ୍ଷା ଫଳ ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ। ଇଣ୍ଟରଭ୍ୟୁ ପାଇଁ କଲ୍‌ ଲେଟର ଅଗଷ୍ଟ ଚତୁର୍ଥ ସପ୍ତାହରେ ଡାଉନ୍‌ଲୋଡ କରିପାରିବେ। ଗ୍ରୁପ୍‌ ଡିସ୍‌କସନ୍‌ ଓ ଇଣ୍ଟରଭ୍ୟୁର ଆୟୋଜନ ସେପ୍ଟେମ୍ବର ମାସରେ କରାଯିବ। ଫାଇନାଲ୍‌ ପରୀକ୍ଷା ଫଳ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଜାରି କରାଯିବ। ଏହି ପରୀକ୍ଷା ଗ୍ରାଜୁଏସନ୍‌ ପାସ୍‌ କରିଥିବା ପ୍ରାର୍ଥୀ ହିଁ ଆବେଦନ କରି ପାରିବେ। ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା 21 ବର୍ଷ ଓ ସର୍ବାଧିକ ବୟସସୀମା 30 ବର୍ଷ ରହିଛି।

Spread the love