ପ୍ୟାଣ୍ଟ ଭିତରେ ପୁରାଇ ଚୋରି କରିନେଲେ ଅଜଗର ସାପ, ଦେଖନ୍ତୁ ଭିଡିଓ

 କଥାରେ ଅଛି ଚୋରଙ୍କ ଚଉଷଠୀ କଳା । କିଏ କେଉଁ ଉପାୟରେ ଚୋରି କରିବ ତାହା  ଚୋରଙ୍କୁ ହିଁ ଜଣା। ହେଲେ ଆପଣ କେବେ ଅଜଗର ଚୋରି କଥା ଭାବିଛନ୍ତି କି? ତାହା ପୁଣି ନିଜେ ପିନ୍ଧିଥିବା ପ୍ୟାଣ୍ଟରେ ଭର୍ତ୍ତି କରି। ଏହା ଆପଣକୁ କାହାଣୀ ପରି ଲାଗୁଥିବ। ଆଉ ଆପଣ ଦ୍ୱନ୍ଦରେ ଥିବେ ନିଶ୍ଚୟ। ତେବେ ଆମେ କିନ୍ତୁ ଏଠାରେ କୌଣସି କାହାଣୀ ନ କହି ଆପଣଙ୍କୁ ସତ ହିଁ କହୁଛୁ। ଯେଉଁଠି ଜଣେ ବ୍ୟକ୍ତି ଅଜଗରକୁ ପ୍ୟାଣ୍ଟରେ ଭର୍ତ୍ତି କରି

ଚୋରି କରିନେଉଛନ୍ତି। ତାହାଲେ ପୂରା ଘଟଣା କିପରି ଥିଲା ପଢ଼ନ୍ତୁ। ଏହି ଘଟଣାଟି ଆମେରିକାର ମିଚିଗାନ୍‌ ନାମକ ରାଜ୍ୟରେ ଘଟିଛି। ସେଠାରେ ଥିବା “ଆଇ ଲଭ୍‌ ମାଇ ପେଟ୍‌ସ୍‌” ନାମକ ଏକ ପେଟ୍‌ ଷ୍ଟୋର୍‌ରୁ ଅଜଗରଟି ଚୋରି ହୋଇଛି। ଆଉ ଜଣେ ବ୍ୟକ୍ତି ଅଜଗରକୁ ଚୋରି କରିନେଉଥିବା ଭିଡିଓ ଷ୍ଟୋର୍‌ରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି। ବ୍ୟକ୍ତି ଜଣକ ପୋଷା ଜୀବଜନ୍ତୁ ବିକ୍ରି ହେଉଥିବା ଏକ ଦୋକାନରୁ ପ୍ରାୟ ସାଢ଼େ 4 ଫୁଟ୍‌ ଲମ୍ବର ଅଜଗରକୁ ଚୋରି କରିନେଇଛନ୍ତି। ଭିଡିଓରେ ଦେଖାଯାଉଛି ଯେ, ବ୍ୟକ୍ତି ଜଣଙ୍କ ଅଜଗରଟିକୁ ପ୍ୟାଣ୍ଟରେ ଭର୍ତ୍ତି କରି ପ୍ରାୟ 4ମିନିଟ୍‌ ଯାଏ ଦୋକାନରେ ଚଳପ୍ରଚଳ କରୁଛନ୍ତି। ତା ପରେ ସେଠାରୁ ବାହାରକୁ ଚାଲି ଯାଉଛନ୍ତି। ହେଲେ ଏ ସମ୍ପର୍କରେ ଦୋକାନର କୌଣସି କର୍ମଚାରୀ ଟେର୍‌ ପାଇ ପାରୁ ନାହାନ୍ତି। ଭିଡିଓ ଦେଖିଲେ ଆପଣ ଜାଣିପାରିବେ ଯେ, କିପରି ବ୍ୟକ୍ତି ଜଣଙ୍କ ଅଜଗରକୁ ପଞ୍ଜରାରୁ ବାହାର କରି ଧିରେ ଧିରେ ପ୍ୟାଣ୍ଟରେ ଭର୍ତ୍ତି କରୁଛନ୍ତି। ଦୋକାନରେ ଥିବା ଅନ୍ୟମାନଙ୍କୁ ମଧ୍ୟ ତାଙ୍କୁ ଦେଖି ଟିକେ ବି ସନ୍ଦେହ ହେଉନାହିଁ। ଆଉ ବ୍ୟକ୍ତି ଜଣଙ୍କ କିଛି ନ ଜାଣିଲା ପରି ସେଠାରେ ବୁଲାବୁଲି କରୁଛନ୍ତି।

Spread the love