ଫୋକସରେ ପଶ୍ଚିମ ଓଡ଼ିଶା : ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

ଫୋକସରେ ପଶ୍ଚିମ ଓଡିଶା । ନୂଆପଡ଼ାକୁ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆପଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ୨ ହଜାର କୋଟି ଟଙ୍କାରେ ନିର୍ମିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋୟର ଇନ୍ଦ୍ର ସହିତ ପାଖାପାଖି ୨ ହଜାର କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ, ରାସ୍ତା ଉନ୍ନତିକରଣ,ବିଜୁ ସେତୁ ଯୋଜନା,ପାନୀୟ ଜଳ ପାଇଁ ମେଗା ପ୍ରୋଜେକ୍ଟ ଭଳି ଅନେକ ପ୍ରକଳ୍ପ ର ଶୁଭ ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ନୂଆପଡା ଗୋତମା ଏୟାର ଷ୍ଟ୍ରିପ୍ ରେ ପହଞ୍ଚିବା ପରେ ଏହି ପ୍ରକଲ୍ପକୁ ଲୋକାର୍ପଣ କରିଥିଲେ । ଏହା ପରେ ଖଡିଆଳ ସ୍ଥିତ ରାଜା ଏଟି ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାରେ ଯୋଗଦେଇଥିଲେ ନବୀନ ।ନୂଆପଡାବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ନବୀନ କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମରେ ନୂଆପଡାର ଭେଲା ଗାଁର ମହିଳାମାନଙ୍କର ଅନନ୍ୟ ଅବଦାନ ରହିଥିଲା। ଏଣୁ ଏଠାରେ ସଂଗ୍ରୀମୀଙ୍କ ସ୍ମୃତି ସ୍ଥଳ କରାଯିବ। ନୂଆପଡ଼ା ଏବେ ମରୁଡ଼ିରୁ ସବୁଜିମାର ଉଦାହଣ ହୋଇଛି। ଏଠାକାର ଫ୍ଲୋରାଇଡ ସମସ୍ୟା ପାଇଁ ଲୋକେ ପିଇବା ପାଣି ପାଉନଥିଲେ ଏବେ କିନ୍ତୁ ୫୫ ପ୍ରତିଶତ ଘରକୁ ପିଇଇବା ପାଣି ପହଞ୍ଚିପାରିଛି।୨୦୨୨ ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଲୋୟର ଇନ୍ଦ୍ର ପ୍ରକଳ୍ପ ଯୋଗୁଁ ନୂଆପଡ଼ାର କୋମନା, ଖଡ଼ିଆଳ ଓ ବଲାଙ୍ଗିରର ବଙ୍ଗୋମୁଣ୍ଡା ମୁରିବାହାଲ ଓ ଟିଟଲାଗଡ଼ ବ୍ଲକର ୨୦୦ଟି ଗାଁର ୧ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଲୋୟର ଇନ୍ଦ୍ର ସାଇଟରେ ଏକ ସାଇନ୍ ସ ପାର୍କ ଏବଂ ମ୍ୟୁଜିୟମ କରାଯିବ ଏବଂ ନୂଆ ପଡ଼ାରେ ଇନଡୋର ଷ୍ଟାଡିୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Spread the love