କେଶ ଝାଳ ଏବଂ ଦୁର୍ଗନ୍ଧ ହେଉଛି କି, ଶାମ୍ପୁରେ ମିଶାନ୍ତୁ କେବଳ ଏହି ଗୋଟିଏ ଜିନିଷ

ଖରାଦିନେ ତ୍ୱଚା ସାଙ୍ଗକୁ କେଶର ମଧ୍ୟ ଖାସ୍‌ ଯତ୍ନ ନେବା ଉଚିତ। ଏହିଦିନେ ଶରୀରରୁ ଝାଳ ବାହାରିବା ଭଳି ମୁଣ୍ଡରେ ମଧ୍ୟ ଝାଳ ସୃଷ୍ଟି ହୋଇଥାଏ, ଯଦ୍ଦ୍ଵାରା କି କେଶ ଓଦା ହୋଇଯାଏ ଏବଂ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଏପରି କି, ଝାଳ ଯୋଗୁ କେଶ ମୂଳ କୁଣ୍ଡାଇ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ।
ଖରାଦିନେ ସପ୍ତାହକୁ ୨ରୁ ୩ ଥର କେଶ ଧୋଇବା ଉଚିତ। କେଶକୁ ଝାଳ ଏବଂ ଦୁର୍ଗନ୍ଧରୁ ଛୁଟକାରା ଦେବା ପାଇଁ ଆପଣ ଚାହିଁଲେ ଶାମ୍ପୁରେ ୧ ଚାମଚ ଚିନି ପକାଇ ପାରିବେ। ଏହାଦ୍ୱାରା କେଶକୁ ବଡ଼ ଫାଇଦା ମିଳିବ। ଆସନ୍ତୁ ଜାଣିବା ଶାମ୍ପୁରେ ଚିନି ପକାଇ ଲଗାଇବାରେ କ’ଣ ଲାଭ ମିଳିପାରିବ।
ହେୟାର ଗ୍ରୋଥ୍‌: ଶାମ୍ପୁରେ ଚିନି ମିଶାଇ ଲଗାଇବା ଦ୍ୱାରା କେଶ ବଢ଼ିଥାଏ। ଏଥିପାଇଁ ଆପଣ ଯେ କୌଣସି ଶାମ୍ପୁ ବ୍ୟବହାର କରିପାରିବେ।
ସୁସ୍ଥ କେଶ: ଖରାଦିନେ କେଶ ଝାଉଁଳି ପଡ଼ିଥାଏ ଏବଂ ରୁକ୍ଷ ଦେଖାଯାଏ। ଏଥିପାଇଁ ଆପଣ ଶାମ୍ପୁରେ ଚିନି ମିଶାଇ ଲଗାଇ ପାରିବେ। ଏହାଦ୍ୱାରା କେଶ ସୁସ୍ଥ ଦେଖାଯିବ ସହ ଏକଦମ୍‌ ମୋଟା ହୋଇଯିବ।

ମୁଲାୟମ କେଶ: ଶାମ୍ପୁ ଲଗାଇବା ପରେ କିଛି ସମୟ ପାଇଁ ଆପଣଙ୍କ କେଶ ସିଲ୍‌କି ରହିଥାଏ। କିନ୍ତୁ ଏହାପରେ ରୁକ୍ଷ ହୋଇଯାଏ। ଏମିତିରେ ଆପଣ ଶାମ୍ପୁରେ ଚିନି ମିଶାଇ ଲଗାଇଲେ ଫାଇଦା ମିଳିପାରିବ।

ରୂପି: ଖରାଦିନେ କେଶରୁ ଝାଳ ବାହାରିଲେ ରୂପି ସମସ୍ୟା ଦେଖାଦେଇଥାଏ। ଆପଣ ଶାମ୍ପୁରେ ଚିନି ମିଶାଇ ମୁଣ୍ଡ ଧୁଅନ୍ତି। ଲଗାତାର କିଛିଦିନ ଧରି ଏପରି କଲେ ଏହାର ପ୍ରଭାବ ଦେଖିବାକୁ ପାଇପାରିବେ।

Spread the love