ପୁଣି 7ରେ ଆସିବେ ଅମିତ ଶାହା

ଆସନ୍ତା ଏପ୍ରିଲ 7ତାରିଖରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ଓଡିଶା  ଉପରେ ଏବେ  ବିଜେପିର ପୁରା ନଜର ରହିଛି ।    ମୋଦିଙ୍କ 120 ମିଶନ ଆଶାକୁ ପୂରଣ କରିବା ପାଇଁ କ୍ରମାଗତ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା । ଅମିତ ଶାହା ଏପ୍ରିଲ7 ତାରିଖରେ ଓଡ଼ିଶା ଆସିବେ ବୋଲି ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି । ପୋଲସରା ଓ ବରଗଡ଼ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ଅମିତ ଶାହ ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ 6 ତାରିଖରେ ସୋନପୁରର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏପ୍ରିଲ ପହିଲାରେ ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ ଶାହ । ଗଜପତି କାଶୀନଗର ବିଜୟ ସଂକଳ୍ପ ସମାବେଶରେ ଶାହା ସିଧାସଳଖ ବିଜେଡି ସରକାରଙ୍କ ବର୍ଷିଥିଲେ ଶାହା । ଉତ୍କଳ ଦିବସ ଉପଲକ୍ଷେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁନାହାନ୍ତି ବୋଲି କଟାକ୍ଷ କରିଥିଲେ ।

Spread the love