ପ୍ରଥମ ଡୋଜ୍ ନେବାର ୬ ସପ୍ତାହ ପରେ ଦ୍ବିତୀୟ ଡୋଜ୍ ନେବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ପ୍ରଥମ ଡୋଜ୍ ନେବାର ୬ ସପ୍ତାହ ପରେ ଦ୍ବିତୀୟ ଡୋଜ୍ ନେଲେ ଅଧିକ ସୁରକ୍ଷିତ ରହିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏଣୁ ଯିଏ ଯେଉଁ ଦିନ ଟିକା ନେଇଛନ୍ତି, ସେହି ହିସାବରେ ଗଣିକି ଆସି ଦ୍ଵିତୀୟ ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ସେ କହିଛନ୍ତି, ଦ୍ବନ୍ଦ୍ୱରେ ରୁହନ୍ତୁ ନାହିଁ। ଆଗ ଆମେ ଦ୍ଵିତୀୟ ଡୋଜ୍ ୨୮ ଦିନରେ ଦେଉଥିଲୁ। ହେଲେ କେନ୍ଦ୍ର ଗତକାଲି ପାଇଁ ୪ରୁ ୮ ସପ୍ତାହ ଭିତରେ ନେବାକୁ କହିଛନ୍ତି। ଯିଏ ଯେଉଁ ଦିନ ଟିକା ନେଇଛନ୍ତି, ସେହି ହିସାବରେ ଗଣିକି ଆସିବେ ଦ୍ଵିତୀୟ ଡୋଜ୍ ନେବାକୁ ଆସିବେ। ୬ ସପ୍ତାହ ପରେ ଦ୍ଵିତୀୟ ଡୋଜ ନେଲେ ଅଧିକ ସୁରକ୍ଷିତ ରହିବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢ଼ିଛି, ସେଠି ଆମେ ବୟସ୍କ ଲୋକଙ୍କୁ ଟିକା ଦେବାକୁ ପ୍ରାଥମିକତା ଦେବୁ। ଏଯାବତ୍ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ବୟସ୍କଙ୍କୁ ମିଶାଇ ସମୁଦାୟ ୧୮, ୮୧,୯୦୬ଜଣଙ୍କୁ ଟିକା ଦିଆସରିଛି। ଏଥରୁ ୧୦, ୧୮, ୪୪୨ଜଣ ବୟସ୍କ ଲୋକ ଅଛନ୍ତି । ଯଦି ସଂକ୍ରମଣ ବଢ଼ିବ, ହୁଏତ ନାଇଟ କର୍ଫ୍ୟୁ ସେ ସ୍ଥାନରେ ହୋଇପାରେ। ରାତିରେ ହୋଟେଲ, ସାମାଜିକ କାର୍ଯ୍ୟକ୍ରମରେ ଜନସମାଗମ ହୁଏ। ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ପଡ଼ିବ। ଆଶା ଅଛି, ସମସ୍ତେ ନିୟମ ମାନିବେ। ଛଅଟି ରାଜ୍ୟରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ କରି ଆବଶ୍ୟକ ପଡ଼ିଲେ ଆରଟିପିସିଆର ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

Spread the love