ଜାଣିଛନ୍ତି କି କେଉଁ ଚାକିରି କଲେ ଅଧିକ ଦରମା ମିଳିବ !

ଯେମିତି ଆମେ ମାନେ ଜାଣିଛନ୍ତି ଗତ କିଛି ବର୍ଷ ହେଲା ଭାରତରେ ଅର୍ଥ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି । କେବଳ ଇଞ୍ଜିନୟର ଓ ଡାକ୍ତର ନୁହନ୍ତି ଅନ୍ୟ ଚାକିରି ମଧ୍ୟ ଅଛି ସେମାନେ ମଧ୍ୟ ବହୁତ ଦରମା ପାଉଛନ୍ତି । ତେବେ ଆସନ୍ତୁ ଜାଣିବା ଯେଉଁ ମାନେ କି ବହୁତ ଅଧିକ ଦରମା ପାଉଛନ୍ତି ।


୧. ଓକିଲ : ଓକିଲାତି ଏମିତି ଏକ ଚାକିରି ଯେଉଁଥିରେ ପ୍ରତି ସମୟରେ ଚାହିଦା ଥାଏ । ଜଣେ କର୍ପୋରେଟ ଓକିଲ 7-10ଲକ୍ଷ ବର୍ଷକୁ ରୋଜଗାର କରନ୍ତି ।


୨. କମର୍ସିୟାଲ ପାଇଲଟ : ଭାରତର ସବୁଠୁ ଅଧିକ ଦରମା ମିଳୁଥିବା ଚାକିରି ମଧ୍ୟରୁ ଗୋଟିଏ ହେଲା କମର୍ସିୟାଲ ପାଇଲଟ ଚାକିରି । ଏହି ଚାକିରି କମ୍ ବୟସରେ ମିଳିଥାଏ । ଏହି ଚାକିରିର ଆରମ୍ଭରେ 1.5-2ଲକ୍ଷ ବର୍ଷକୁ ମିଳିଥାଏ ।


୩. ମେନେଜମେଣ୍ଟ ପ୍ରଫେସନାଲି : ମେନେଜମେଣ୍ଟ ଫାଇନାସ ହ୍ୟୁମାନ ରିସର୍ସ ଆଦି ବ୍ୟବସାୟ କ୍ଷେତ୍ରରେ ମେନେଜମେଣ୍ଟର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହାର ଦରମା ବର୍ଷୟରେ କହିବାକୁ ଗଲେ ଏକ ଉଦାହରର ନିଆଯାଇପାରେ । ଚଳିତ ବର୍ଷ ଜଣେ ଲୁଗା ସିଲାଇ କରୁଥିବା ବ୍ୟକ୍ତିର ପୁଅ ଆଇଆଇଏମ ନାଗପୁରରୁ ପାସ ହେବାପରେ ତାଙ୍କୁ 19ଲକ୍ଷ ଟଙ୍କା ପ୍ୟାକେଜ ମିଳିଥିଲା ।


୪. ଡାକ୍ତର : ଭାରତର ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି । ଯଦି ଜଣେ ଡାକ୍ତର ହେବାକୁ ଚାହିଁଥାଏ ତେବେ ତାଙ୍କୁ ବଡ଼ ମେଡିକାଲ କଲେଜରେ ଶିକ୍ଷାଗ୍ରହଣ କରିବାକୁ ପଡ଼ିଥାଏ । ଜଣେ ଭଲ ଡାକ୍ତର ବର୍ଷକୁ 6ଲକ୍ଷ ଟଙ୍କା ଦରମା ପାଇଥାନ୍ତି କେବଳ ଦରମା ବାବଦକୁ । ତା’ପରେ ଘରେଇ ଭାବରେ ଅନେକ ଟଙ୍କା ରୋଜଗାର କରିଥାନ୍ତି ।


୫. ସିଭିଲ ସର୍ଭିସ : ସିଭିଲ ସେବା ପରୀକ୍ଷା ପ୍ରାୟ ଭାରତର ସବୁଠୁ ପୁରୁଣା ପ୍ରବେଶ ପରୀକ୍ଷା ଯାହାକୁ ଇଂରେଜମାନେ ଦେଶରେ ଏକ ପ୍ରଶାସନିକ ବର୍ଗର ବିକାଶ ପାଇଁ ଆରମ୍ଭ କରିଥିଲେ । ଆଜି ବି ଏହା ବହୁତ ପ୍ରତିଷ୍ଠିତ ଏବଂ ସପ୍ତମ ବେତନ ଆୟୋଗ ଆରମ୍ଭରୁ ଏହି ଚାକିରିର ଦରମା ସମସ୍ତଙ୍କୁ ଆକର୍ଷିତ କରେ । ଜଣେ ସିଭିଲ ସେବା ପ୍ରଶାସନିକ ଅଧିକାରୀ ପାଖାପାଖି 80 ରୁ85 ହଜାର ପ୍ରତିମାସ ରୋଜଗାର କରନ୍ତି ।


୬. ଚାଟାର୍ଡ ଆକାଉଣ୍ଟାଣ୍ଟ: ଚାଟାର୍ଡ ଆକାଉଣ୍ଟାଣ୍ଟ ଏକ ଏମିତି ଚାକିରି ଯାହାର ଆବଶ୍ୟକତା ପ୍ରତି ସମୟରେ ଥାଏ । ଏକ ଷ୍ଟାଟସ କମ୍ପାନୀ ଠାରୁ ଆରମ୍ଭ କରି ଯେ କୌଣସି କମ୍ପାନୀର ଚାଟାର୍ଡ ଆକାଉଣ୍ଟାଣ୍ଟ  ଦରକାର ରହିଥାଏ । ଏକ ରିପୋର୍ଟ ଅନୁସାରେ ଯେଉଁମାନେ ପ୍ରଥମଥରରେ ସିଏ ପାସ କରିଥାନ୍ତି ସେମାନଙ୍କର ପ୍ରଥମ ରୁ ଅଧିକ ଦରମା ମିଳିଥାଏ । ତାଙ୍କର ପ୍ୟାକେଜ 11 ରୁ 14ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ଯାହା ଭାରତରେ ଅଧିକ ପଇସା ଦେଉଥିବା ଚାକିରି ।

Spread the love