ଶ୍ରୀମନ୍ଦିର ବିକାଶ ପାଇଁ କିଷନ କୁମାରଙ୍କ ଉପସ୍ଥିତିରେ ଏକ କୋଟି ଦାନ କଲେ ପଙ୍କଜ ଲୋଚନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଏମଜିଏମ ମିନେରାଲ୍ସ ଲିମିଟେଡର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚାନ୍ ମହାନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପର ବିକାଶ ପାଇଁ ୧କୋଟି ଟଙ୍କା ଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କୁ ଅର୍ଥ ରାଶିର ଚେକ ପ୍ରଦାନ କରିଥିଲେ।
ଏହି ଅର୍ଥ କମ୍ପାନୀର ସିଏସ୍ଆର ପାଣ୍ଠିରୁ କରାଯାଇଛି। କମ୍ପାନୀର ପରାମର୍ଶଦାତା ଶ୍ରୀ ସରୋଜ କୁମାର ରାୟଙ୍କ ସହ ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଯୋଗ ଦେଇଥିଲେ।

Spread the love