ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁରକୁ ଆଜୀବନ କାରାଦଣ୍ଡ

ବୋହୁକୁ ନିର୍ଯ୍ୟାତନା ଦେବା ଓ ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ ।

ସୂଚନା ଥାଉ କି, ଗତ ୨୦୧୬ ମସିହା ଅଗଷ୍ଟ ମାସ ୨୪ ତାରିଖରେ ରାଇରଙ୍ଗପୁର ଟାଉନ ଥାନା ମହୁଲଡିହାର ଏକ ଘରୁ ମହିଳାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ପାରିବାରିକ କୋଳହରୁ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଥିଲେ ମଧ୍ୟ ମହିଳାଙ୍କ ବାପଘର ଲୋକେ ଝିଅକୁ ଯୌତୁକ ପାଇଁ ଅତ୍ୟାଚାର କରୁଥିବା ଓ ହତ୍ୟା କରିଥିବା ଅଭିଯୋଗ କରିଥିଲେ ।

ପୁଲିସର ତଦନ୍ତରେ ମିଳିଥିବା ପାରି-ପାର୍ଶିକ ସ୍ଥିତି ଓ ପ୍ରମାଣକୁ ନେଇ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅନୁପ ରଞ୍ଜନ ପଟ୍ଟନାୟକ ଏହା ଯୋଜନା ବୋଧ ହତ୍ୟାକାଣ୍ଡ ବୋଲି ଦର୍ଶାଇଥିଲେ । ଆଜୀବନ କାରାଦଣ୍ଡ ସହିତ କୋଡିଏ ହଜାର ଟଙ୍କା ଜରିମାନା ଅନାଦେୟ ଛଅ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ଝାରପୋଖରିଆ ଥାନା ଜାମବଣି ଗ୍ରାମର ରୂପାଲି ଦୀକ୍ଷିତ । ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆ

Spread the love