କାର୍ଯ୍ୟକର୍ତ୍ତାଙ୍କ ଝାଳରେ ତିଆରି ହୋଇଛି ବିଜେପି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ଓଡିଶା ଗସ୍ତକୁ ସଫଳ କରିବା ମାରାଥନ୍ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସୁନ୍ଦରଗଡର ରୁପିଢିହି ଛତାବର ପଡିଆରେ ଏକ ସାଧାରଣ ସଭାରେ ମୋଦି ପ୍ରଚାର କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ,  ସୁନ୍ଦରଗଡ଼ରେ ଏହି ସଭାରେ ଆପଣମାନେ ଯେତେ ସଂଖ୍ୟାରେ ଆସିଛନ୍ତି ତାହା ଦେଖି ମୁଁ ଅଭିଭୂତ । ଏହାକୁ ମୁଁ କେବେ ଭୁଲିପାରିବି ନାହିଁ । କେହି ଜଣେ କହିଲେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼ ଆସିଛନ୍ତି, ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ ସୁନ୍ଦରଗଡ଼ ଆସିଛି, ପ୍ରଧାନ ସେବକ ତା’ର ମାଲିକଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି । ଆଜିଠୁ ନବରାତ୍ରିର ଶୁଭାରମ୍ଭ ହେଉଛି ଏହି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।’

ଏହି ଅବସରରେ ମୋଦି ଓଡ଼ିଶାର ବୀର ପୁରୁଷ ଏବଂ ସୈନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଲୋକଙ୍କ ଆକାଂକ୍ଷାରୁ ବିଜେପି ଜନ୍ମ ନେଇଛି ।  ଏହା ପରିବାରବାଦ ଉପରେ ଆଧାରିତ ନୁହେଁ କି ଅର୍ଥବଳ ଉପରେ ତିଆରି ହୋଇ ନାହିଁ । ଏହା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ । ଲକ୍ଷଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ଝାଳରେ ତିଆରି ହୋଇଛି । ସେହିପରି ଭାରତ ଏବେ ଆତଙ୍କବାଦୀଙ୍କ ଘରେ ପଶି ମାରୁଛି ବୋଲି କହିଛନ୍ତି ମୋଦି । ପୂର୍ବରୁ ବି ସରକାର ଥିଲା କିନ୍ତୁ ଏଭଳି ପଦକ୍ଷେପ ନେଉନଥିଲା । ଏବେ ମଜବୁତ ସରକାର ମଜବୁତ ପଦକ୍ଷେପ ନେଉଛି

Spread the love