ବିଜେପିରେ ପ୍ରତିଷ୍ଠା ଦିବସରେ ଶାହ ଓ ମୋଦିଙ୍କ ଟ୍ୱିଟ୍

ଆଜି ବିଜେପି ପାଳୁଛି ପ୍ରତିଷ୍ଠା ଦିବସ । 1980 ଏପ୍ରିଲ 6 ତାରିଖ ଦିନ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହୋଇଥିଲା । 1951ରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାରତୀୟ ଜନସଂଘ ପାର୍ଟିର ପ୍ରତିଷ୍ଠା କରିଥିଲେ । 1977ରେ ଜରୁରୀକାଳୀନ ସମୟରେ ଅନ୍ୟଦଳରେ ଜନସଂଘର ବିଲୟ ହୋଇଥିଲା ଏବଂ ଜନତା ଦଳ ଆରମ୍ଭ ହୋଇଥିଲା । ଜନତା ଦଳ 1977ରେ କଂଗ୍ରେସ ଠାରୁ କ୍ଷମତା ଛଡାଇ ନେଇଥିଲା ଏବଂ 1980ରେ ଜନତା ପାର୍ଟି ବିଭାଜିତ ହୋଇ ଭାରତୀୟ ଜନତା ପାର୍ଟିର ଜନ୍ମ ହୋଇଥିଲା । ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ବିଜେପି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଓ ରାମଲାଲ ପ୍ରମୁଖ ଉପସ୍ଥିତ ରହିବେ । ତେବେ ନିର୍ବାଚନୀ ପ୍ରଚାର କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶଶହ ଏଥିରେ ସାମିଲ ହେବେ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଳର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି , ସେ କହିଛନ୍ତି ଯେ, ବିଜେପି ନିଜର ଲୋକତାନ୍ତ୍ରିକ ମୂଲ୍ୟ ଓ ଦେଶଭକ୍ତି ଭାବନା କାରଣରୁ ବଡ ଗର୍ବରେ ଠିଆ ହୋଇଛି । ଏହା ଏକ ଏପରି ଦଳ ଯାହାକି ଦେଶବାସୀଙ୍କ ପାଇଁ ସବୁ ବେଳେ ଠିଆ ହୋଇଥିବା ମୋଦି କହିଛନ୍ତି ।

 

ଏହି ଅବସରରେ ବିଜେପି ରାଷ୍ଟ୍ରୀଅ ଅଧ୍ୟକ୍ଷ ଅମିତ ଶାହ ଦଳର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶାହ ଟ୍ୱିଟ କରି କହିଛନ୍ତି ଯେ, ବିଜେପି ଏକ ଏପରି ସଙ୍ଗଠନ ଯାହା ନିକଟରେ ଅସଂଖ୍ୟ କର୍ମକର୍ତ୍ତା ରହିଛନ୍ତି ଯେଉଁମାନଙ୍କର ପରିବାର ନାହିଁ ଏବଂ ସେମାନେ ବିଜେପିକୁ ହିଁ ନିଜର ପରିବାର ଭାବିଥାନ୍ତି । ସେମାନଙ୍କର ତ୍ୟାଗ, ତପସ୍ୟା ଓ ବଳିଦାନ କାରଣରୁ ଆଜି ଦଳ ଏଠାରେ ପହଞ୍ଚିଛି ।

 

Spread the love