ଶୋଇବାବେଳେ ପାଟିରୁ ଲାଳ ବାହାରୁଛି ଯଦି କରନ୍ତୁ ଏହି ଉପାୟ

ସାଧାରଣତଃ ଶୋଇବାବେଳେ ଛୋଟ ହୁଅନ୍ତୁ କିମ୍ବା ବଡ ପାଟିରୁ ଲାଳ ବାହାରେ । ଏହି ଅଭ୍ୟାସ ଅନ୍ୟ କେହି ଦେଖିଲେ ନିଜକୁ ଟିକେ ଖରାପ ଲାଗିଥାଏ । ଯଦି ଏଭଳି ସମସ୍ୟା ସବୁବେଳେ ଦେଖାଯାଉଛି ତେବେ ଚିନ୍ତା ନ କରି ଏହି ଉପାୟ କରନ୍ତୁ। ଆଉ ଏହି ସମସ୍ୟା ରହିବ ନାହିଁ । 
ଜାଣନ୍ତୁ କେଉଁ ଉପାୟ କଲେ ଏଭଳି ଆଉ ହେବ ନାହିଁ…..

-ଡେରିରେ ହଜମ ହେଉଥିବା ଖାଦ୍ୟଠାରୁ ଦୂରେଇ ରହିବା ସହ ସବୁବେଳେ ପେଟ ସଫା ରଖିବା ଉଚିତ୍।

-ଲାଳ ଗଡିବାକୁ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତୁଳସୀ ପତ୍ର । 3ଟି ତୁଳସୀ ପତ୍ର ସହ ଖାଇବାପରେ ଅଳ୍ପ ପାଣି ପିଅନ୍ତୁ । ଏପରି ଭାବରେ ଦିନକୁ 3-4 ଥର କରିବା ଦ୍ୱାରା ଲାଳରୁ ମୁକ୍ତି ମିଳିଥାଏ।

-ଫିଟିକିରିକୁ ପାଣିରେ ମିଶାଇ ଏହି ପାଣିରେ କୁଳି କରନ୍ତୁ। ଏପରି ନିୟମିତ କଲେ ଲାଳରୁ ମୁକ୍ତି ମିଳିଥାଏ ।

-ଡାଳିଚିନି ଚା’ ମଧ୍ୟ ଲାଳରୁ ମୁକ୍ତି ଦେଇଥାଏ। ଏହା ସହ ଡାଳିଚିନିକୁ ପାଣିରେ ମିଶାଇ ଭଲ ଭାବରେ ଫୁଟାନ୍ତୁ । ତାପରେ ଏହି ପାଣିକୁ ଛାଣି ଥଣ୍ଡା କରି ସେଥିରେ ମହୁ ମିଶାଇ ପିଅନ୍ତୁ ।

-ବାହାରୁଥିବା ଲାଳ ପାଇଁ ଲାଭଦାୟକ ହେଉଛି ଅଁଳା । ଖାଇବା ପରେ ନଖ ଉଷୁମ ପାଣି ସହ ଅଁଳା ପାଉଡର ଖାଆନ୍ତୁ। ଏପରି କରିବା ଦ୍ୱାରା ଲାଳରୁ ତ ମୁକ୍ତି ମିଳିଥାଏ ଏହା ସହ ଏସିଡିଟିରୁ ମଧ୍ୟ ଆରାମ ମିଳିଥାଏ।

Spread the love