ଭୟମୁକ୍ତ, ହିଂସାମୁକ୍ତ, ବିକାଶଯୁକ୍ତ ଅଂଚଳ ଭାବେ ଗଢି ତୋଳିବା ପାଇଁ ବିଜେପି ପ୍ରତିଶୃତିବଦ୍ଧ : ସମୀର

ଭୁବନେଶ୍ୱର/ପିପିଲି-ଡେଲାଙ୍ଗ: ୦୪/୦୪: ପିପିଲି-ଡେଲାଙ୍ଗ ଉପନିର୍ବାଚନର ଲଢେଇ ପାଇଁ ଭାତୀୟ ଜନତା ପାର୍ଟୀ ଦଳୀୟ ପ୍ରଚାରକୁ ଶାଣିତ କରିଛି । ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକ ନିଜ ସମର୍ଥକଙ୍କ ଗହଣରେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଭୋଟ ଆଶୀର୍ବାଦ ଲୋଡିଛନ୍ତି । ଆଜି ସକାଳେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ
ପାତ୍ର, ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ) ମାନସ ମହାନ୍ତି, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତା ପ୍ରକାଶ ମିଶ୍ର, ଐର ଖାରବେଳ ସ୍ୱାଇଁ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତାଙ୍କୁ ଭେଟି ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ କରିଥିଲେ ।ସାଧାରଣ ଗରିବ ଲୋକଙ୍କ ମୈାଳିକ ସୁବିଧା ପାଇବାର ହକ୍‌କୁ ପହଂଚାଇବା ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ । ବାସଗୃହ, ପାନୀୟ ଜଳ, ଶୈାଚାଳୟ ଆଦି ଭଳି ମୈାଳିକ ସୁବିଧାକୁ ଘରେ ଘରେ ପହଂଚାଇବା ପାଇଁ ମୋଦି ସରକାରଙ୍କ ପ୍ରାଥମିକତା ଏବଂ ଏଥି ପାଇଁ ସେ କାର୍ଯ୍ୟରତ ଅଛନ୍ତି । ଗାଁର ବିକାଶ ପାଇଁ ସେହି ଗ୍ରାମବାସୀ ନିଷ୍ପତି ନେବେ । ଏଥିପାଇଁ ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରାଯାଇ ଦେଶର
ପ୍ରତ୍ୟେକ ଗ୍ରାମର ବିକାଶ ପାଇଁ ସରପଂଚମାନଙ୍କୁ ଆର୍ଥୀକ ସ୍ୱତନ୍ତ୍ରତା ପ୍ରଦାନ କରାଗଲା । ମାତ୍ର ଦେଶ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ରାଜ୍ୟ ରାଜଧାନୀ ସଂଲଗ୍ନ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ବାସିନ୍ଦା ଏହି ସବୁ ମୈାଳିକ ସୁବିଧା ପାଇବାରୁ ବଂଚିତ ହେବା ଅତ୍ୟନ୍ତ ଲଜ୍ଜାଜନକ । ପିପିଲି-ଡେଲାଙ୍ଗ ଅଂଚଳକୁ ଭୟମୁକ୍ତ, ହିଂସାମୁକ୍ତ, ବିକାଶଯୁକ୍ତ ଅଂଚଳ ଭାବେ ଗଢି ତୋଳିବା ପାଇଁ ବିଜେପି ପ୍ରତିଶୃତିବଦ୍ଧ ବୋଲି ରାଜ୍ୟ
ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ପାଟି ର୍ରେ କାର୍ଯ୍ୟକର୍ତାମାନେ ମୂଳ ଅଟନ୍ତି ଓ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତୃଣମୁଳ ସ୍ତରରେ ଲୋକଙ୍କ ପାଖକୁ ଯାଇ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଓ ଗରିବକଲ୍ୟାଣ ଯୋଜନାର ସୁଫଳକୁ ଜଣାଇବା ପାଇଁ ରାଜ୍ୟ ସହ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର ପରାମର୍ଶ ଦେଇଛନ୍ତି ।
ଆଜି ସମଗ୍ର ଦେଶ ବିକାଶ ପଥେ ଆଗେଇ ଚାଲୁଥିବାବେଳେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ବାସିନ୍ଦା ଆଜି ଅବହେଳିତ ହୋଇ ରହି ଯାଇଛନ୍ତି । ବିକାଶର ଅପାର ସମ୍ଭାବନା ଥିବା ସତ୍ୱେ ସ୍ଥାନୀୟ ଲୋକପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ଏହି ଅଂଚଳ ବହୁ ପଛରେ ପଡିଯାଇଛି । ବିଶ୍ୱବିଖ୍ୟାତ ପିପିଲି ଚାନ୍ଦୁଆ କାରୁକାର୍ଯ୍ୟ ଆଜି ବିଶ୍ୱବଜାରରେ ପହଂଚିବାରେ ସକ୍ଷମ ହୋଇନାହିଁ । ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା ସତ୍ୱେ ଏହି ଅଂଚଳରେ ସାମାନ୍ୟ ବସଷ୍ଟାଣ୍ଡଟିଏ ହୋଇନପାରିବା ଅତ୍ୟନ୍ତ ଲଜ୍ଜାଜନକ । ସ୍ଥାନୀୟ ଲୋକପ୍ରତିନିଧି ନିଜେ ରାଜ୍ୟର କୃଷିମନ୍ତ୍ରୀ ଥିବା ସତ୍ୱେ କୃଷିପ୍ରାଧାନ୍ୟ ଏହି ଅଂଚଳକୁ ସଠିକ ଭାବେ ଜଳସେଚିତ କରିନପାରିବା, ଶୀତଳ ଭଣ୍ଡାର ଅଭାବ, ଅବ୍ୟବସ୍ଥିତ ଧାନ ମଣ୍ଡିଆଦି ତାଙ୍କ ଅପାରଗତାକୁ ସ୍ପଷ୍ଟ ଦର୍ଶାଇଛି । ପବିତ୍ର ପୁରୀ ଧାମର ପ୍ରବେଶ ପଥ ବୋଲାଉଥିବା ଏହି ନିର୍ବାଚନମଣ୍ଡଳୀର ସାମୁହିକ ବିକାଶ ହିଁ ବିଜେପିର ମୂଳ ଲକ୍ଷ୍ୟ ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର କହିଛନ୍ତି ।

Spread the love