ବନବିଭାଗ ପକ୍ଷରୁ ସାଇକେଲ ମାଧ୍ୟମରେ ପଦଯାତ୍ରା କରି ସଚେତନ ର ବାର୍ତ୍ତା ବାଣ୍ଟିଲେ

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁଲଡିହା ବନ୍ୟଜନ୍ତୁ ସୁରକ୍ଷା ସଚେତନ ଶିବିର ସୋର ବନଖଣ୍ଡ ବନ୍ୟପ୍ରାଣୀ ବନଖଣ୍ଡ ମାଧ୍ୟମରେ ଭିନ୍ନ ପ୍ରୟାସ ତଥା ସାଇକେଲ ଚଳାଇ ଗାଁ ଗାଁ ବୋଲି ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲ କୁ ରକ୍ଷା କରିବା ପାଇଁ ଏହି ଶୋଭାଯାତ୍ରାରେ ମୁଖ୍ୟ ଲକ୍ଷ୍ୟ ବୋଲି ଏସିଏଫ ଶରତ କୁମାର ବେହେରା ମତ ପ୍ରକାଶ କରିଥିଲେ ।

ଏହି ସାଇକେଲ ପଦଯାତ୍ରା ସିଙ୍ଗାଖୁଣ୍ଟା ସରଳିଆ, ବନ୍ଦ ସାହି ରୁ ବାହାରି ସିଂଧୁଆ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ କାରଣ ଗୁଡ଼ିକ ହେଲା ଶିକାର କରିବା ନାହିଁ, ଜଙ୍ଗଲ ରେ ନିଆଁ ଲଗାଇବା ନାହିଁ, ଗଛ ଲଗାଇବା ଏବଂ ସଭିଏଁ ମିଳିମିଶି କୁଲ ଡିହା ଅଭୟାରଣ୍ୟ କୁ ସୁରକ୍ଷା ଦେବା ଏହିଭଳି କିଛି ବାର୍ତ୍ତା ମାଧ୍ୟମରେ ସଚେତନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ଔପଦା ରେଞ୍ଜର ବବିତା ସୋରେନ ,ଚାନ୍ଦିପୁର ରେଞ୍ଜର ଗଣେଶ ପ୍ରକାଶ ଲେଙ୍କା, ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର ପ୍ରସାଦ ଜେନା, ବାଘାଆମ୍ପୁଡା ଫୋରେଷ୍ଟର କିଶୋର ଚନ୍ଦ୍ର ଭୁଂୟା, ସମ୍ୟରଂଜନ ମାଝୀ, ବିଜୟ କୁମାର ସାହୁ, ଶ୍ୱେତପଦ୍ମା ମହାନ୍ତି, କବିତରାଣୀ ମହାକୁଡ଼, ପୂର୍ଣ୍ଣଚନ୍ଦ୍ର ସିଂ, ପଦ୍ମଲୋଚନ ପାତ୍ର ଙ୍କ ସମେତ ବନ୍ଦସାହି ଗ୍ରାମର ଗ୍ରାମବାସୀ, ସରଳିଆ ପରିବେଶ ଉନ୍ନୟନ ସମିତି ର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୂଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

Spread the love