ନିଜ ମୁହଁରେ ମାସ୍କ ନାହିଁ, ଅନ୍ୟଙ୍କୁ ଲାଠିରେ ପିଟି ଘଉଡାଉଛନ୍ତି ଇନ୍ସପେକ୍ଟର

ସିଙ୍ଘମ ଷ୍ଟାଇଲ୍‌ରେ ନିଜେ ମାସ୍କ ନ ପିନ୍ଧି ବୁଲିବା ଏବଂ ଲୋକଙ୍କୁ ଲାଠିରେ ମାଡ ମାରି ଘଉଡାଇବା ଜଣେ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡିଛି। କିଛି ଲୋକଙ୍କୁ ଲାଠିରେ ବାଡେଇବାର ଫଟୋ ଭାଇରାଲ୍ ହେବା ପରେ ପୁଲିସ ଅଧିକାରୀ ତୁରନ୍ତ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଇନ୍ସପେକ୍ଟରଙ୍କ ଚାଲାଣ କଟାଯାଇଛି। ଏହି ଘଟଣା ବାରଣାସୀର ଗଙ୍ଗା ଘାଟରେ ଘଟିଛି। ବାରଣାସୀର ଜିଲ୍ଲାପାଳ କୌଶଲ ରାଜ ଶର୍ମା କରୋନାର ବଢୁଥିବା ପ୍ରକୋପକୁ ଦେଖି ଅପରାହ୍ନ ୪ଟାରୁ ଘାଟରେ  ଲୋକଙ୍କ ବୁଲାବୁଲି ଉପରେ ରୋକ୍ ଲଗାଇଛନ୍ତି।

ଜିଲ୍ଲାପାଳଙ୍କ ଆଦେଶ ଲାଗୁ କରିବା ପାଇଁ ସୋମବାର ଅପରାହ୍ନ ୪ଟାରେ ତୁଳସୀ ଘାଟରେ ଇନ୍ସପେକ୍ଟର ଗୌରବ ଉପାଧ୍ୟାୟ ପହଞ୍ଚି ଯାଇଥିଲେ। ଲୋକଙ୍କୁ ଗାଇଡ୍‌ଲାଇନ୍‌ ପାଳନ କରାଇବାର ଦାୟିତ୍ଵ ତାଙ୍କ ଉପରେ ଥିଲା। ହେଲେ ଖୋଦ୍‌ ଇନ୍ସପେକ୍ଟର ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା। ନିଜେ ମାସ୍କ ନଲଗାଇ ଲୋକଙ୍କୁ ଲାଠିରେ ମାଡ ମାରି ଘଉଡାଉଥିବା ଦେଖିବାକୁ ମିଳିଥିଲା।

Spread the love