ଘରୁ ବାହାରିଲା ପେଟି ପେଟି ବିଦେଶୀ ମଦ, ଜଣେ ଗିରଫ

ବିଷମକଟକ ପୋଲିସକୁ ସଫଳତା । ପ୍ରାୟ ୨୭୭ଲିଟର ବିଦେଶୀ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ରାୟଗଡ଼ା ଜିଲ୍ଲା ବିଷୟକଟକ ପୋଲିସ ଦ୍ୱାରା ଦୁର୍ଗୀ ଠାରୁ ଜବତ ହୋଇଛି ।

ଖବର ଅନୁଯାୟୀ, ବିଶେଷ ସୁତ୍ରରୁ ପୋଲିସ ଖବର ପାଇ ପୋଲିସ ଦୁର୍ଗୀ ଗାଁରେ ଚଢାଉ କରିଥିଲା । ଏହି ଚଢାଉରେ ଅଭିଯୁକ୍ତଙ୍କ ଘରେ ବେଆଇନ ଭାବେ ରଖାଯାଇଥିବା ବିଦେଶି ମଦ ଜବତ ହୋଇଛି । ଏହାସହ ମଦରେ ମିଶାଇବା ପାଇ ବ୍ୟବହୃତ ସ୍ପିରିଟ, କିଛି ଖାଲି ବୋତଲ ଓ ନାମିଦାମି କମ୍ପାନୀର ପ୍ରିଣ୍ଟେଡ କେପ ମଧ୍ୟ ଜବତ କରାଯାଇଛି । ଲୋକଙ୍କୁ ଏହି ସ୍ପିରିଟ ମିଶାଇ ମଦ ବିକ୍ରି କରାଯାଇଥାନ୍ତି ବୋଲି ସୂଚନା ରହିଛି । ଜବତ ବିଦେଶୀ ମଦର ମୁଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।  ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରାୟଗଡା ଏସପି ପ୍ରେସ  ବିବୃତି ମାଧ୍ୟମରେ ଏହି ସୁଚନା ଦେଇଛନ୍ତି ।

Spread the love