‘ସାମ୍ବାଦିକ କୋଭିଡ୍ ଯୋଦ୍ଧା’- ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ଉପକୃତ ହେବେ ରାଜ୍ୟର ୬୯୪୪ କାର୍ଯ୍ୟରତ୍ତ ସାମ୍ବାଦିକ

ଭୁବନେଶ୍ୱର, ୦୨|୦୫: ସାମ୍ବାଦିକ ଏବେ କୋଭିଡ୍ ଯୋଦ୍ଧା । ମୁଖ୍ୟ ନବୀନ ପଟ୍ଟନାୟକ ରାଜ୍ୟର ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଏହା ଦ୍ୱାରା ୬୯୪୪ ଜଣ ସାମ୍ବାଦିକ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗର ଫାଇଦା ପାଇବେ ।

ଦୀର୍ଘଦିନ ହେବ ରାଜ୍ୟ ସରକାରଙ୍କୁ ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ସୁଚାର ରୂପେ ସମ୍ପାଦନ କରୁଛନ୍ତି।  ଲୋକଙ୍କୁ ସଚେତନ କରୁଛନ୍ତି । କୋଭିଡ୍ ବିରୋଧରେ ଲଢୁଛନ୍ତି ।

ଏହାଦ୍ୱାରା ୬୯୪୪ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ । ସେମାନଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାର ସୁବିଧା ମିଳିବ । ଏହାସହ ଯଦି କୋଭିଡ୍ ଯୁଦ୍ଧରେ କେହି ପ୍ରାଣ ହରାଇଲେ ତେବେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହୟତା ରାଶି ପ୍ରଦାନ କରାଯିବ ।

Spread the love