ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ବିପୁଳ ପରିମାଣର ବିଦଶୀ ମଦ ଜବତ । ଅବକାରୀ ଓ ପୋଲିସ ମିଳିତ ଚଡାଉ କରି ରବିବାର ୬୦ ଲିଟର ବିଦେଶୀ ମଦ ଜବତକରିଛନ୍ତି ।

ରବିବାର ସକାଳୁ ଖବର ପାଇ ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ମିଳିତ ଭାବେ ମେଡିକାଲଛକର ମାତୃ ଶକ୍ତି ଅଣ୍ଡା ଦୋକାନର ମାଲିକ ଭିକାରୀ ସୁବୁଦ୍ଧିଙ୍କ ଘରେ ମିଳିତ ଚଢଉ କରିଥିଲେ । ଚଡଉ ବେଳେ ଘରୁ ୧୦ ପେଟି ବିଦେଶୀ ମଦ ଜବତ କରାଯାଇଥିଲା ।

ଏହାର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବବୋଲି ଅବକାରୀ ବିଭାଗ କହିଛି । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଭିକାରୀ ସୁବୁଦ୍ଧିଙ୍କୁ ଗିରଫ କରିଛି । ସଟ ଡାଉନର ସୁଯୋଗରେ ଅଧିକା ଦର ରେ ବିଦେଶୀ ମଦ ବେଆଇନ ଭାବେ ମହଜୁଦ ରଖି ବିକ୍ରି କରୁଥିବା ନେଇ ଅଭିଯୋଗ ପାଇ ଅବକାରୀ ଓ ପୋଲିସ ମିଶି ଚଢ଼ାଉ କରିଥିଲେ ।

Spread the love