ଇଦରେ ଖାଇବା ଉପରେ ରଖନ୍ତୁ ନିୟନ୍ତ୍ରଣ, ମାନନ୍ତୁ ଏହି ସହଜ ଟିପ୍ସ

ମୁସଲମାନଙ୍କ ଏହି ପର୍ବ ପ୍ରତିବର୍ଷ ବେଶ ଧୁମଧାମରେ ପାଳନ କରାଯାଏ । ସାଉଦି ଆରବରେ ରମଜାନର ୨୯ ତାରିଖରେ ଇଦରେ ଜହ୍ନ ନଜର ଆସିନଥିଲା । ଏଥିପାଇଁ ୩୦ ତାରିଖରେ ରମଜାନର ଜହ୍ନ ଦେଖିବା ପରେ ୧୨ ମଇରେ ଜହ୍ନକୁ ପ୍ରାର୍ଥନା କରିବା ସହ ୧୩ ତାରିଖରେ ଇଦ- ଉଲ- ଫିତର ପର୍ବ ପାଳନ କରାଯିବ।
ଗତବର୍ଷ ଭଳି ଏବର୍ଷ ମଧ୍ୟ କରୋନା ନିୟମକୁ ମାନି ଏହାକୁ ପାଳନ କରାଯିବ । ତେବେ କରୋନା ମହାମାରୀ ସମୟରେ ଆପଣଙ୍କୁ କିଛି ଟିପ୍ସ ଫଲୋ କରିବାକୁ ପଡିବ । ଯାହାଦ୍ୱାରା ଆପଣ ସୁସ୍ଥ ରହି ପାରିବେ । ଚାଲନ୍ତୁ ଜାଣିବା ସେ ସଂପର୍କରେ ।

– ଏକାସାଙ୍ଗରେ ଅଧିକ ଖାଆନ୍ତୁ ନାହିଁ । ଏହାଦ୍ୱାରା ପାଚନ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ତେଣୁ ଏହିଦିନ ପ୍ରସ୍ତୁତ ହୋଇଥିବା ସ୍ୱାଦିଷ୍ଟ ଖାଦ୍ୟକୁ ଧ୍ୟାନରେ ରଖି ଖାଆନ୍ତୁ । ଯାହାଦ୍ୱାରା ଶରୀର ସୁସ୍ଥ ରହିପାରିବ ।
– ଓଷା କରିବା ପରେ ମିଠା ବେଶି ଖାଇବା ଉଚିତ ନୁହେଁ । ତେଣୁ ଏହିଦିନ ନିଜକୁ ମିଠା ଖାଇବା ଠାରୁ ନିଜକୁ ନିୟନ୍ତ୍ରଣ ରଖନ୍ତୁ । ଏହା ଛଡା ଆପଣ ଡ୍ରାଏ ଫ୍ରୁଟ୍ସ ଖାଇପାରିବେ ।

– ଖାଇବା ପରେ ଧ୍ୟାନ ରଖନ୍ତୁ ଯେପରି ପ୍ରଚୁର ପାଣି ପିଇବେ । ଏହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ ।

– ମସଲାଯୁକ୍ତ ଖାଦ୍ୟଠୁ ଦୂରେଇ ରହିବା ସହ ଖାଇବାର କିଛି ସମୟ ପରେ ଶୁଅନ୍ତୁ ।

Spread the love