କରୋନା ଭୟରେ ଗୋବର ଓ ଗୋମୂତ୍ରରେ ସ୍ନାନ କରୁଛନ୍ତି ଲୋକେ, ଡାକ୍ତର କହିଲେ ବିପଦପୂର୍ଣ୍ଣ

କରୋନା ଭାଇରସ ମହାମାରୀର ଦ୍ଵିତୀୟ ଲହର ଭାରତରେ ସବୁଠୁ ଅଧିକ ସଂକ୍ରମିତ କରୁଛି। ସହର ସମେତ ଗାଁ ଲୋକେ ମଧ୍ୟ ଏବେ ସଂକ୍ରମଣର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଅସହାୟ ଲୋକମାନେ କରୋନା ସହ ଲଢ଼ିବାକୁ ବିଭିନ୍ନ ଅଜବ ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି।
ଗୁଜରାଟର କିଛି ଲୋକ ଗାଈ ଗୁହାଳକୁ ଯାଇ ଗୋବର ଚକୁଟି ଦେହରେ ବୋଲି ହେଉଥିବା ଦେଖିବାକୁ ମିଳୁଛି। ଏଥିସହ ଗୋମୂତ୍ର ବି ସେବନ କରୁଛନ୍ତି। ତାଙ୍କ କହିବାନୁସାରେ ଏଭଳି କରିବା ଦ୍ୱାରା ଶରୀରର ଇମ୍ୟୁନିଟି ସିଷ୍ଟମ ମଜଭୁତ ହେବ।
ତେବେ ନେଇ ବିଭିନ୍ନ ଡାକ୍ତର ବିଭିନ୍ନ ପ୍ରକାରର ମତ ଦେଇଥିବା ଦେଖିବାକୁ ମିଳୁଛି। କିଛି ଡାକ୍ତର କହିଛନ୍ତି, ଗୋବର ଓ ଗୋମୂତ୍ର ଶରୀରର ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରେ। ଫଳରେ ରୋଗୀ ସଂକ୍ରମିତ ହେଲେ ବି ସୁସ୍ଥ ହୋଇଯାଆନ୍ତି।

ମାତ୍ର ଆଉ କିଛି ଡାକ୍ତର ଏହାକୁ ବିପଦପୂର୍ଣ୍ଣ କହିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନର ଡାକ୍ତର କହିଛନ୍ତି, ଗୋମୂତ୍ର କିମ୍ବା ଗୋବର ଯୋଗୁ କରୋନା ସଂକ୍ରମଣ ଦୂରେଇ ଯିବ ବୋଲି କୌଣସି ଠୋସ୍ ପ୍ରମାଣ ନାହିଁ। ମାତ୍ର ଏହା ଯୋଗୁ ସମସ୍ୟା ଉପୁଜିପାରେ ଏଥିରେ ଆଦୌ ସନ୍ଦେହ ନାହିଁ।

Spread the love